STORYMIRROR

Aishwarya Mishra

Inspirational

3  

Aishwarya Mishra

Inspirational

ବନ୍ଧନ

ବନ୍ଧନ

1 min
195


ଯୁଗ-ଯୁଗରୁ ଚାଲି ଆସୁଛି 

ଏ କେଉଁ ବନ୍ଧନ !


ସାଗର ସହ ନଈର 

ସୁଧାଂଶୁ ସହ କଈଁର 

ଭାସ୍କର ସହ ପଦ୍ମର 

ସଂଗୀତ ସହ ଛନ୍ଦର ।


କେଜାଣି କେଉଁ ବିଧାତା ଗଢିଛି 

ଏ ଅପୂର୍ବ ବନ୍ଧନ ,


ଦିବସ ସହ ରାତ୍ରୀର

ରାତ୍ରୀ ସହ ସ୍ଵପ୍ନର 

ସ୍ଵପ୍ନ ସହ ଜୀବନର 

ଜୀବନ ସହ ବାସ୍ତବତାର ।


ସୁଖ ସହ ଦୁଃଖର ,

ହସ ସହ ଲୁହର ,

ଜୀବନ ସହ ମୃତ୍ୟୁର ,

କାମନା ସହ ଆକାଂକ୍ଷାର ,

ବନ୍ଧନ ସେ ତ ଆଦିମ ଅନନ୍ତ କାଳର ।


କେଉଁ ଚିତ୍ରକର ତୂଳୀରେ ଅଙ୍କା

ବନ୍ଧନର ସ୍ଵର୍ଗୀୟ ଚିତ୍ର,

ଆକାଶ ସହ ଧରଣୀର 

ସଂଧ୍ୟା ସହ ଗୋଧୂଳିର ,

ପ୍ରକୃତି ସହ ପୁରୁଷର ,

ଆତ୍ମା ସହ ପରମାତ୍ମାର ,


ବନ୍ଧନ ସେ ତ ପରିବ୍ୟାପ୍ତ 

ଭୂ ରୁ ଭୂମା ପର୍ଯ୍ୟନ୍ତ ,


ଅନନ୍ତ ଯାହାର ସ୍ଵରୂପ 

ଏ ମାୟା-ବନ୍ଧନର ଯିଏ

ପ୍ରଚ୍ଛଦପଟ୍ଟ ନାୟକ,

ସେ ପରା ନିଜେ ବନ୍ଧା 

ଭକ୍ତର ଭକ୍ତିରେ , 

ଭକ୍ତିର ଶକ୍ତିରେ,

ଶବରୀର ଅଇଁଠା କୋଳିରେ,

ବିଦୂରର ଶାଗ-ଭଜାରେ ।


Rate this content
Log in

Similar oriya poem from Inspirational