STORYMIRROR

Lata Behera

Abstract

4  

Lata Behera

Abstract

ବନ୍ଧନ

ବନ୍ଧନ

1 min
351


ସ୍ନେହ ମମତାର ପବିତ୍ର ବନ୍ଧନ 

    ସହଜରେ ଛିଣ୍ଡେ ନାହିଁ 

ଯେତେ ଦୂରେ ଯିଏ ଯାଇ ଥାଉ ପଛେ

    ଏଇ ଆଖି ଥାଏ ଚାହିଁ ।

ଆଖି ପଲକରୁ ନିଦ ହଜି ଯାଏ

    ଚାତକ ପରାୟ ରହେ

ହୃଦୟ ଭିତରେ ଭଲ ପାଇବାର

    ପ୍ରୀତି ନିର୍ଝରିଣୀ ବହେ ।

ଏମିତି ବନ୍ଧନ ଚିରସ୍ଥାୟୀ ଥାଏ

    ନା ତୁଟି ସିଏ ଥାଏ

ଯେତେ ବାଧାବିଘ୍ନ ଆସୁଥାଉ ପଛେ

   ନା ଭାଙ୍ଗି ଥାଏ ସିଏ ।

ସ୍ବାମୀ ସ୍ତ୍ରୀଙ୍କର ପବିତ୍ର ସମ୍ପର୍କ 

    ସାତ ଜନ୍ମ ପାଇଁ ଥାଏ

ଅଗ୍ନି ସାକ୍ଷୀରଖି ସାତଫେରା ନେଇ 

    ବନ୍ଧନରେ ବାନ୍ଧି ହୁଏ ।

ଦୁଃଖର ସୁଖର ସାଥି ସେ ହୁଅନ୍ତି 

    ଏକ ସାଥେ ଚାଲି ଥାନ୍ତି 

ପରସ୍ପରର ସେ ଜୀବନ ପାଲଟି 

    ଛାଇ ପରି ରହିଥାନ୍ତି ।

ଭାଇ ଭଢ଼ଣୀଙ୍କ ପବିତ୍ର ବନ୍ଧନ 

    ଯୁଗ ଯୁଗ ପାଇଁ ଅଛି

ଏମିତି ସ୍ନେହର ସମ୍ପର୍କ ଡୋରକୁ

     ନା କିଏ ଭୁଲି ପାରିଛି ।

ଗୁରୁ ଶିଷ୍ୟଙ୍କର ସମ୍ପର୍କ ବନ୍ଧନ

       ଅନେକ କାଳରୁ ଅଛି

ରାମାୟଣ ମାହାଭାରତ ପୋଥି ତା

     ପ୍ରମାଣ କରି ସାରିଛି ।

ଭକ୍ତ ଭଗବାନ ପବିତ୍ର ସମ୍ପର୍କ 

     ବନ୍ଧନର ନିଗୁଢତା

ଭକ୍ତ ସାଲବେଗ ବଳରାମ ଦାସ

    ବନ୍ଧୁ ମହାନ୍ତି ବନ୍ଧୁତା ।

ସେ ଭକ୍ତି ବନ୍ଧନ ଚିରସ୍ଥାୟୀ ଥାଏ

   ଯୁଗ ଯୁଗର ବନ୍ଧନ

ପ୍ରଭୁ ପାଇଁ ଭକ୍ତ ହୁଅଇ ପାଗଳ

    ଭକତ ତାର ଜୀବନ 

ଭକତର ପାଇଁ ଓହ୍ଲାଇ ଆସନ୍ତି 

   ବଡ ଦାଣ୍ଡେ ଭଗବାନ ।

ବନ୍ଧନ ଅଟଇ ପବିତ୍ର ସମ୍ପର୍କ 

    ଅଧାରୁ ନା ଛାଡି ହୁଏ

ଜଣକୁ ଛାଡି କି ଅନ୍ୟ ଜଣେ ନା 

   ସହଜରେ ଯାଇ ଥାଏ ।

ପବିତ୍ର ବନ୍ଧନ ଭିତରେ ବି କେବେ

   ସନ୍ଦେହକୁ ଆଣ ନାହିଁ 

ସନ୍ଦେହଟା ଗୋଟେ ଏମିତି ଗୋଟିଏ

   ବନ୍ଧନଟା ଭାଙ୍ଗେ ସେହି ।

ସ୍ବାର୍ଥକୁ ବି କେବେ ପ୍ରଶୟ ଦିଅନା

   ବନ୍ଧନ ସେ ରଖେ ନାହିଁ 

ସ୍ବାର୍ଥର ପାଖରେ ବନ୍ଧନର ମୂଲ୍ୟ 

   ନିରର୍ଥକ ଯାଏ ହେଇ ।

ସ୍ନେହ ମମତାର ବନ୍ଧନେ ଆବଦ୍ଧ 

    ଯିଏ ହୁଏ ଜାଣେ ସିଏ

ସରଗ ସୁଖଠୁ ବଳି କେତେ ଏଇ ସୁଖ

    ନା ବର୍ଣ୍ଣନା କରି ହୁଏ ।

ଏମିତି ବନ୍ଧନେ ସମସ୍ତେ ରୁହନ୍ତୁ 

    ହସି ସୁଖେ କଟୁ ଦିନେ

ଯୁଗ ଯୁଗ ପାଇଁ ଅତୁଟ ଯେ ରହୁ 

    ଏଇ ପବିତ୍ର ବନ୍ଧନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract