ବନ୍ଧନ ବେଡି
ବନ୍ଧନ ବେଡି
ବନ୍ଧୁ ହେ ! ଯିବା ଆସ ମୁକ୍ତ ଭୁବନେ,
ବନ୍ଧନ ବେଡି ନୁହେଁ ଜୀବନର ମାନେ l
ଜିଇଁ ଜିଇଁ ମରିବାର ସଉଭାଗ୍ୟ ଲଭି,
ପୂରା କରି ମନୋକାମ ଆରପାରି ଯିବି l
ଥାଉ ଥାଉ ପିଣ୍ଡ ଦେହେ ପ୍ରାଣ ବାୟୁ ମୋର,
ଜନ ହିତେ କାମ କରି ନାଆଁ ରଖିଯିବି l
ସେବୁଥିବି ମହାମାରୀ ପ୍ରପୀଡ଼ିତ ଜନେ,
ବନ୍ଧନ ବେଡି ନୁହେଁ ଜୀବନର ମାନେ l
ଅହମିକା ନରକରେ ଯେତେ କ୍ଷଣ ଥିବି,
ମରି ମରି ଜୀବନକୁ ଏମିତି ଜିଇଁବି l
ଅଭିଳାଷ ନାହିଁ ମୋର ମରି ଜିଇଁବାରେ,
ଅଙ୍କା ଥାଉ ଯାହା ପଛେ କପାଳ ରେଖାରେ l
କୋରନାର କୋରଡ଼ାରୁ ଉଦ୍ଧାରିବି ଜନେ,
ବନ୍ଧନ ବେଡି ନୁହେଁ ଜୀବନର ମାନେ l
