STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ବନ୍ଦେ ଯଶୋଦା ନନ୍ଦନ କୃଷ୍ଣ

ବନ୍ଦେ ଯଶୋଦା ନନ୍ଦନ କୃଷ୍ଣ

1 min
202

ଶିଖି ଖଣ୍ଡ ଶିଖ ବ୍ରଜରାଜ ସୁତ

କାନ୍ତି ନବଜଳଧର ନିନ୍ଦିତ ହେ

ଶୁଭ୍ର ଶଶାଙ୍କ ଶୋଭିତ ବିଧୁ ମୁଖ

ଚାରୁ ମନ୍ଦ ହାସ ସୁର ବନ୍ଦିତ ହେ


ତୁର୍ଣ୍ଣ କୁନ୍ତଳ ମସ୍ତକ ବିଶୋଭିତ

ରସ ଶେଖର ନାଗର କଞ୍ଜନେତ୍ର

ଶ୍ୟାମ ସୁନ୍ଦର ମନ୍ଦର ଧାରଣ ହେ

ବ୍ରଜେ ବସନ୍ତ ମଳୟ ମରୁତ ହେ


ଶୋହେ କପୋଳେ କସ୍ତୁରୀ ଚନ୍ଦନ ହେ

ଗୋପେ ଗୋପୀଜନ ହୃଦ ବ୍ରଜେଶ ହେ 

ରାଧା ହୃଦୟ ମଣ୍ଡଳ ମଣ୍ଡନ ହେ

ହୃଷିକେଶ ଶ୍ୟାମ ଦେବ ଦେବେଶ ହେ


ଗଳେ ବନମାଳ ମଣି ମରକତ

ଗୁଞ୍ଜମାଳ କଉସ୍ତୁଭ ହୃଦ ପଦ୍ମେ

କୋଟି ମାର ଜିଣି ଦିଶେ ନନ୍ଦବାଳ

ବେଣୁ କରେ ତା କଙ୍କଣ ବିରାଜିତ


ଅଙ୍ଗେ ପାଟ ପିତାମ୍ଵରୀ ଦିବ୍ୟ ବସ୍ତ୍ର

ରତ୍ନ ମେଖଳା ସୁନ୍ଦର କଟି ତଟ

ପଦେ ନୂପୁର ତ୍ରୀଭଙ୍ଗି ଛନ୍ଦାପଦ

ମନ ରହୁ ସେ ପଦରେ ଅବିରତ


କୃଷ୍ଣ ଗୋବିନ୍ଦ ମାଧବ ହୃଷିକେଶ

ଚରାଚର ପତି ବନ୍ଦେ ଚକ୍ରପାଣି

ଯୋଗୀନାଂ ଜନ ହୃଦ ମାନସ ହଂସ

ବନ୍ଦେ ଯଶୋଦା ନନ୍ଦନ ନୀଳମଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract