STORYMIRROR

Nrusingha Narayan Tripathy

Abstract Classics Children

4  

Nrusingha Narayan Tripathy

Abstract Classics Children

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ

1 min
278


(ରାଗ ଚୋଖି )

ବନ୍ଦେ ଉତ୍କଳ ଜନନୀ  ମାତା ବୀର ପ୍ରଶବିନୀ

  ବନ୍ଦନା କରୁଛୁ ମାଗୋ ଚରଣେ ତୋର 

କାହିଁ କେତେ ବୀର ନର କରି ସେବା ଯତନର

   ରଖିଲେ ତୋହରି ନାମ  ସେ ସମ୍ମାନର 

    ପୁଣ୍ୟମୟୀ ମାତା ଜନନୀ

  ସୁଖ ଶାନ୍ତି ମୈତ୍ରୀ ମାଗୋ ତୁ ପ୍ରଦାୟନୀ ll


ଉତ୍କଳର ଜଗା ରାଜା ଆମେ ସବୁ ତା ପରଜା

     ସଂସ୍କୃତି ଐତିହ ଆମ ପରା ମହାନ

ପୂର୍ବେ ବଙ୍ଗୋପ ସାଗର  ପାଦ ଧୂଏ ଉତ୍କଳର

    ପବିତ୍ର ପ୍ରଦେଶ ଆମ ଓଡିଶା ଜାଣ

    ଭାରତ ଦେଶରେ ଓଡିଶା

ଶାନ୍ତିର ପ୍ରଦେଶ ଆମ ଚିର ନମସ୍ୟା ll


ତରୁ ଲତା ଉପବନ  ପାହାଡ଼ ପର୍ବତ ବନ

    କେତେ ସୁନ୍ଦରତା ତାର ସୌନ୍ଦର୍ଯ୍ୟମାନ

ଦେଓମାଳୀ ଡୁଡୁମାର  ଦେବକୁଣ୍ଡ ଧଉଳିର

     ନୃସିଂହ ଶଙ୍କର ନାଥ ଘାଗରା ମାନ

      ଶୋଭାରେ ମଣ୍ଡିତ ଉତ୍କଳ

 ଦେଖିବାକୁ ସର୍ବେ ନର ସଦା ବ୍ୟାକୁଳ ll


ରାଜ୍ୟ ମନ୍ଦିର ମାଳିନୀ ସ୍ଥାପତ୍ୟ କଳା ଶୋଭିନୀ

    କୋଣାର୍କର କାରୁକାର୍ଯ୍ୟ ମନୋହାରିଣୀ

ଲିଙ୍ଗରାଜ ଜଗନ୍ନାଥ  କ୍ଷୀରଚୋରା ଗୋପୀନାଥ

     ଘଣ୍ଟେଶ୍ୱରୀ ପଞ୍ଚରଥ ତାରାତାରିଣୀ

    ତୀର୍ଥସ୍ଥାନ ଦେହେ ଧରିଣ

ଉତ୍କଳ ଆମର ଦେଶେ ପାଏ ସମ୍ମାନ ll


ପବିତ୍ର ପାବନୀ ନଦୀ  ଇବ ତେଲ ମହାନଦୀ

   ଋଷିକୂଲ୍ୟା ଦୟା ପ୍ରାଚୀ ବ୍ରାହ୍ମଣୀ ଦେବୀ 

ଉତ୍କଳରେ ଅବସ୍ଥିତ  ମାଟିବନ୍ଧ ହୀରାକୁଦ

   ସୁବର୍ଣ୍ଣ ରେଖା କୋଲାବ ନଦୀ ଭାର୍ଗବୀ

       ପ୍ରବାହିତ ହୋଇ ଉତ୍କଳେ

    ସୁଜଳା ସୁଫଳା କରେ ଶସ୍ୟ ଶ୍ୟାମଳେ ll


ଜାତିପ୍ରେମ ଭାତୃପ୍ରେମ  ଉତ୍କଳେ ମାନବ ପ୍ରେମ

   ସେନହ ମମତା ଡୋରେ ବନ୍ଧା ସନ୍ତାନ

ଓଡିଶୀ ଶାସ୍ତ୍ରୀୟ ଗୀତ  ବନ୍ଦେ ଉତ୍କଳ ସଂଗୀତ

     ପ୍ରତି ପ୍ରାଣେ ଜାଗି ଉଠେ ହୃଦ କମ୍ପନ

      ବିଶାଳ ପ୍ରଦେଶ ଉତ୍କଳ

  ଇତିହାସ ଯାର ଅଟେ ସଦା ଉଜ୍ଜଳ ll


ଯଯାତି ଅନଙ୍ଗ ଭୀମ  ଐର ଖାରବେଳ କାମ

    କପିଳେନ୍ଦ୍ର ଚୋଡ଼ ଗଙ୍ଗ ରାଜାଧି ରାଜ

ବୀର ନରସିଂହ ଦେବ ଯେ ପୁରୁଷୋତ୍ତମ ଦେବ 

     ଉତ୍କଳର ଭାଗ୍ୟବାନ ନୃପତି ରାଜ

     ପ୍ରତୀକ ଉତ୍କଳ ବୀରର 

     ଯଶ ରଖିଗଲ ତୁମେ ପରାକାଷ୍ଠାର ll


ଖଣିଜରେ ଭରପୁର  ବାଣିଜ୍ୟରେ ସାଧବର

     ଉନ୍ନତ ଚିନ୍ତନ ଆମ ଧନ୍ୟ ଉତ୍କଳ

ଦେଶରକ୍ଷା ପାଇକର  କୃଷିକାର୍ଯ୍ୟ କୃଷକର

     ସମାଜ ଗଠନେ ବ୍ୟସ୍ତ ଶାସନ କଳ

    ବଳିଷ୍ଠ ଭାଷାଯେ ଓଡ଼ିଆ

ଓଡ଼ିଆ ଭାଷାର ଲୋକ ଭାରୀ ବଢିଆ ll


 ଧନ୍ୟ ଆମ ନାଚ ଗୀତ ଓଡିଶୀ ଛଉ ସଂଗୀତ

    ବାଘ ନାଚ ଝାଞ୍ଜ ପାଲା ଜାତୀୟ ପ୍ରୀତି 

ପ୍ରଚାର କରେ ସଂସ୍କୃତି ଧନ୍ୟ ଆମ ରୀତି ନୀତି

    ପରକୁ ଆପଣା କରେ ଆଦର୍ଶ ନୀତି

     ଧନ୍ୟରେ ଉତ୍କଳ ସନ୍ତାନ

ଗର୍ବରେ ଆନନ୍ଦେ ରଖ ଜାତିର ମାନ ll


ଝରଣାର କଳ କଳ ବିହଙ୍ଗର କୋଳାହଳ

   ଭାରତର ଦେବ ଭୂମି ସେ ଉତ୍କଳର 

ଉତ୍କଳର ଅଧିବାସୀ  ମନ ସଦା ଖୁସିବାସୀ

    ଜଗନ୍ନାଥ ସ୍ୱୟଂ ଯାର ଶ୍ରୀ ଅଧିଶ୍ୱର

  ପବିତ୍ର  ଉତ୍କଳ ଜନନୀ

ବନ୍ଦେ ତୋର ପାଦ ପଦ୍ମ ମାତାଜନନୀ ll


Rate this content
Log in

Similar oriya poem from Abstract