Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujata Mohapatra

Inspirational

5.0  

Sujata Mohapatra

Inspirational

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ

1 min
2.0K



ଓଡ଼ିଆ ବୋଲି ମୁଁ ଗର୍ବ କରେ ରେ

ଏ ତ ଧର୍ମର ଦେଶ

କେତେ ଅଶୋକ ଧର୍ମ ଆଚରି

ବଦଳାଇନେଲେ ବେଶ....

ଟିକି ବାଜିଆ ର ସାହସକୁ ଯେଉଁ

ଇଂରେଜ ଗଲା ଡରି,

ପଠାଣି ସମାନ୍ତ ମାପିଲେ ପର୍ବତ

ବାଉଁଶ ନଳୀ ଟେ ଧରି !!!

ଓଡ଼ିଆ ବୀର ର କି ଗୁଣ କହିବି

ଇତିହାସ ମୂକ ସାକ୍ଷୀ

କାଞ୍ଚି ଅଭିଯାନେ ଠାକୁର ଯାଆନ୍ତି

ରାଜା ର ବିଜୟ ଦେଖି !!

ରାଜା ପୂଜା ପା'ନ୍ତି ଠାକୁର ବେଶରେ

ଠାକୁର ତ ଏଠି ରାଜା

ମଣିମା ମଣିମା ଗୁହାରି ଶୁଣିମା

ନିତି ଡାକୁଥାଏ ପ୍ରଜା ....

ଠାକୁର ତ ଆମ ସଖା, ସହୋଦର

ଜନମେ ମରଣେ ଥାଏ ନୀତି ତାର

ପ୍ରାର୍ଥନା ରେ ଥାଏ ଆତ୍ମିକ ବିଚାର

ଦୁଃଖେ କଷ୍ଟେ ଦିଏ ଦେଖା ...

ଦେଖିଛ କି କେବେ ଏପରି ଠାକୁର,

ପଢିଛ କି କେବେ ଏପରି ସଂସ୍କୃତି ଲେଖା?

ଏ ତ ଖାଣ୍ଟି ଓଡ଼ିଆଙ୍କ କଥା

ଓଡ଼ିଆ ଘର ର, ଓଡ଼ିଆ ମନ ର

ଭାବ ପୀରତି ର ଗାଥା...

ଏ ତ ଖାଣ୍ଟି ଓଡ଼ିଆଙ୍କ କଥା ....



ସୁଜାତା ମହାପାତ୍ର


Rate this content
Log in

Similar oriya poem from Inspirational