ବନ୍ଦେ ମାତରମ୍
ବନ୍ଦେ ମାତରମ୍
ଗର୍ବ ଆମର ଗୌରବ ଆମର
ଏହି ଯେ ଭାରତ ଭୂଇଁ
ଜନମ ଆମର ହୋଇଛି ସାର୍ଥକ
ତା କୋଳେ ଜନମ ହୋଇ
କେତେ କେତେ ବୀର ଜୀବନ ତାଙ୍କର
ଦେଇଦେଲେ ପ୍ରାଣ ବଳି
ଜନମି ଉଠିଲେ କୋଟି କୋଟି ବୀର
ଆଦର୍ଶକୁ ଅନୁସରି
ଜାଗି ଉଠେ ଏହି ବୀର ଦର୍ପ ଭୂଇଁ
ଜାଗି ଉଠେ ପୁର ପଲ୍ଲୀ
ଖାତିର ନ କରି ବିଦେଶୀଙ୍କ ଗୁଳି
ଅହିଂସାରେ ଦେଲେ ତଡି
ସେହି ବୀର ପାଦ ତଳେ
ମୋ ଦେଶ ପ୍ରଣତି ଢାଳେ
ଯୁଗେ ଯୁଗେ ଅମର ସେ
ରହି ଗଲେ ରସାତଳେ
ସେହି ରକ୍ତ ବହେ ଆଜି ଆମ ଦେହେ
ପଛଘୁଞ୍ଚା ଦେବୁ ନାହିଁ
ଜନମ ଭୂମିର ସମ୍ମାନ ଆମର
ଆମେରେ ପାଇକ ପୁଅ
ହାତେ ଖଣ୍ଡା ଢାଲ ଶୋଭଇ ଆମର
ନ୍ୟାୟ ପାଇଁ ଅହରହ
ହାରି ଜାଣି ନାହିଁ ଏ ଦେଶ ପାଇକ
ହାରିବା ତ ଶିଖି ନାହିଁ
ବଳିଦାନ ଦେବୁ ଆମ ଜୀବନକୁ
ଆମ ମାତୃଭୂମି ପାଇଁ
ସବୁରି ମୁହଁରେ ଆମେରେ
ହସ ଭରି ପୁରେ ପୁରେ
ଲଢ଼ିବୁ ସୈନିକ ହୋଇ
ଶତ୍ରୁ କମାଣ ଆଗରେ
ଯା ନିତି ଆଦର୍ଶେ ଏ ଜୀବନ ହସେ
ଅର୍ପି ଦେବୁ ତାହା ପାଇଁ ।