STORYMIRROR

Prafulla Chandra Mishra

Inspirational Others

3  

Prafulla Chandra Mishra

Inspirational Others

ବନ୍ଦେ ମାତୃଭୂମି

ବନ୍ଦେ ମାତୃଭୂମି

1 min
205

 

• ବିଶ୍ଵରେ ଭାରତ ଜାତୀୟ ପତାକା

•   ଉଡୁଥାଉ ନିରନ୍ତର

•   ଏହି ସେ ଭୂଖଣ୍ଡ ଜମ୍ଵୁଦୀପ କହି,

• ସଂସାର ଭିତରେ ସାର ।।

• ନାମ ଆର୍ଯ୍ୟାବର୍ତ୍ତ ଆର୍ଯ୍ୟ ଭୂମି ଏହି 

•   ଅନନ୍ତ କାଳରୁ ସ୍ଥିତ

•   ଦେବଭୂମି ଏ ଭାରତ ପୂଣ୍ୟ ସ୍ଥଳି

• ଉର୍ବୀ ର ଉର୍ବର କ୍ଷେତ୍ର ।।

• ଏଠି ନର ରୂପେ ଜନମ ନିଅନ୍ତି

•  ସ୍ଵଂୟ ବୈକୁଣ୍ଠାଧିପତି

• ପୂତ ପୟୋଧାର କଳକଲ୍ଲୋଳିନୀ

• ଜାହ୍ନବୀ ଲହରେ ଏଠି ।।

• ସପ୍ତଦ୍ୱୀପ ମେଦିନୀ ର ଫୁଲହାର

•   ମଧ୍ୟେ ଜମ୍ବୁ ଦ୍ଵୀପ ଯଥା

•   ରତ୍ନମୟ ଏକ ଉଜ୍ଜ୍ୱଳ ପଦକ

• ସମ ଝଟକେ ତା ଶୋଭା ।।

• ଏହି ଶୋଭା,ଶିରୀ ସଂପଦେ ଜଲ୍ହାଦ

•   ବିଦେଶୀ ଲୋଲୁପ ଦୃଷ୍ଟି

•   କ୍ଷତ,ବିକ୍ଷତ ଏ ବାରମ୍ବାର ହୋଇ

• ତଥାପି ରହିଛି ତିଷ୍ଠି ।।

• କେତେ ଯେ ରକ୍ତ ବହିଛି ଏଠାରେ

•  ସ୍ଵାଧୀନ ଭାରତ ପାଇଁ

•  କେତେ ଯେ ଜୀବନ ବଳୀ ପଡ଼ିଅଛି

• ତାହାର ଠିକଣା ନାହିଁ ।।

• ଅମୂଲ୍ୟ ସଂପଦ ମଳିଅଛି ଯାହା

•  ଆଉ ହରାଇବା ନାହିଁ

•  ଯେତେକ ଯାଇଛି ତାପାଇଁ ଆସରେ

• ଚିନ୍ତା ପ୍ରକଟିବା ଭାଇ ।।

• ସମ୍ମେଳିତ ହେବା ଏକା ସ୍ଵରେ ଆସ

•  ଗାଇବା ଜାତୀୟ ଗୀତ

•   ଆଜି ଏଇ ଶୁଭ ଲଗନେ ବନ୍ଦେ

• ମାତୃଭୂମି ମୋ ଭାରତ ।।



Rate this content
Log in

Similar oriya poem from Inspirational