Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Others Children

3  

KRUTIBAS NAYAK

Inspirational Others Children

ବନ୍ଦେ ମା'' ଭାରତ ଜନନୀ

ବନ୍ଦେ ମା'' ଭାରତ ଜନନୀ

1 min
7



ବନ୍ଦେ ଭାରତ, ଜନ୍ମଭୂମି-

କର୍ମଭୂମି ପୁଣ୍ୟଭୂମି,

କରୁଣାମୟୀ ଗୋ ମମତାମୟୀ ଗୋ

ତୁମ୍ଭ ଚରଣେ ନମାମି |(ଘୋଷା)


କୋଟି କଣ୍ଠେ ଶୁଭେ ତୁମ୍ଭ ଜୟଗାନ,

କୋଟି ପ୍ରାଣେ ଭରା ତୁମ୍ଭ ପ୍ରୀତିଦାନ |

କୋଟି ଜନମନ ହୃଦୟ ସ୍ପନ୍ଦନ

ବିଶ୍ୱ ଜନନୀ ନନ୍ଦିନୀ |

ତୁମ୍ଭ ଚରଣେ ନମାମି |(1)



ସୁଉଚ୍ଚ ପର୍ବତମାଳା ହିମାଳୟ,

ସାଧୁ-ସନ୍ଥ ଋଷି-ମୁନି ବିଦ୍ୟାଳୟ |

ସାଗର ତୁମ୍ଭର ରତ୍ନର ଭଣ୍ଡାର

ଅରଣ୍ୟ ସବୁଜ ବନାନୀ |

ତୁମ୍ଭ ଚରଣେ ନମାମି |(2)



ହୀରା ନୀଳା ମୋତି ମାଣିକର ଖଣି,

ଦେଇଛ ମାଟିରେ ସୁନା ଶସ୍ୟ ବୁଣି |

ତୁମ୍ଭ କୋଳେ ଥାଇ ଧନ୍ୟହେଲି ମାତା

ସକଳ ସୁଖ ଦାୟିନୀ |

ତୁମ୍ଭ ଚରଣେ ନମାମି |(3)



Rate this content
Log in

Similar oriya poem from Inspirational