Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prabodha Mudra

Inspirational

4  

Prabodha Mudra

Inspirational

ବନ୍ଦେ ଗୁରୁ ପରମ୍ପରାମ୍

ବନ୍ଦେ ଗୁରୁ ପରମ୍ପରାମ୍

1 min
212


 

 ଆର୍ଯ୍ୟ ସଂସ୍କୃତିର ମହାନ ଆଦର୍ଶ 

    ପୂଜ୍ୟ ଗୁରୁ ପରମ୍ପରା ।

 ପୁରାଣଯୁଗରୁ ଏ ପୂଜ୍ୟପୂଜାକୁ 

   ଆପଣାନ୍ତି ରାଷ୍ଟ୍ରସାରା  ।। 

ପ୍ରଭୁ ବାସୁଦେବ-ଲୀଳାମୟ କୃଷ୍ଣ  

     ଅଟନ୍ତି ଜଗତଗୁରୁ ।

ବଶିଷ୍ଠ-ବ୍ୟାସ ଓ ଗୁରୁଦ୍ରୋଣ-ଆଦି

   ଜ୍ଞାନର ଯେ ମହାମେରୁ ।।

ଜଗତର ଗୁରୁ ଶଙ୍କରାଚାର୍ଯ୍ୟ ଯେ 

   କରିଲେ ତତ୍ତ୍ୱ ପ୍ରଚାର ।

ଅଜ୍ଞାନତିମିର ଦୂରକରି ସେତ 

 ହୋଇଲେ ଜଗତେ ସାର ।।

ଗୁରୁ-ସଦଗୁରୁ-ପରମଗୁରୁ ଯେ 

   ପରମେଷ୍ଠି-ପରାତ୍ପର ।

ବିଶ୍ୱର ସକଳ ଗୁରୁବର୍ଗଙ୍କୁ ଯେ

  ଭକ୍ତି ପ୍ରଣିପାତ ମୋର ।।

ଉପାଧ୍ୟାୟ ପୁଣି ଗୁରୁ ପଦବାଚ୍ୟ

  ଆଚାର୍ଯ୍ୟ ସମପର୍ଯ୍ୟାୟୀ ।

ଶ୍ରୀ ଗୁରୁ ପଦପଙ୍କଜକୁ ଅଧମ 

  ଭକ୍ତିପୂତେ ସଦାଧ୍ୟାୟୀ  ।।

ଗୁରୁ ପିତାମାତା-ବନ୍ଧୁ ଜ୍ଞାନଦାତା 

   ଗୁରୁ ଯେ ଈଶ୍ୱର ସମ ।

ଦୀକ୍ଷା-ମନ୍ତ୍ର ପୁଣି ସଂସ୍କାରକ ରୂପେ

    ଲଭିଅଛନ୍ତି ସୁନାମ ।।

ଆଷାଢ଼ ମାସର ପୂର୍ଣ୍ଣିମା ତିଥିରେ 

   ବ୍ୟାସଦେବଙ୍କର ଜନ୍ମ ।

ପବିତ୍ର ଗୁରୁପୂର୍ଣ୍ଣିମା ନାମରେ 

 ତାହାଙ୍କୁ ଦିଅନ୍ତି ସମ୍ମାନ ।।

“ଗୁରୁ”ଶବ୍ଦ ଅଟେ ଭାରି ଓଜନିଆ 

   ଅତିଗୁଢ଼ ତତ୍ତ୍ୱ ପଦ ।

ଶବ୍ଦାର୍ଥ ଶ୍ରବଣେ ମନେ ଭକ୍ତିଭାବ 

  ସଦା ହୁଅଇ ଜାଗ୍ରତ ।।

ରାଷ୍ଟ୍ର ଗଠନରେ ଗୁରୁଙ୍କ ଭୂମିକା 

   ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଗୁରୁ ହିଁ ରାଷ୍ଟ୍ରର ଏକାନ୍ତ ନମସ୍ୟ 

   ତାଙ୍କବିନା ସର୍ବଶୂନ୍ୟ ।।

ଶିଷ୍ୟର ସୁପ୍ତ ଚେତନାକୁ ଗୁରୁ

   କରିଥାନ୍ତି ଉଜ୍ଜୀବିତ ।

ପାପ-କଳ୍ମଷରୁ ନିବୃତ କରାଇ 

   ପ୍ରବର୍ତ୍ତାନ୍ତି ସତପଥ   ।।

ଗୁରୁ-ଶିଷ୍ୟ ଦୁହେଁ ଏକ ଓ ଅଭିନ୍ନ 

   ଦ୍ବିଶରୀର ଏକ ଆତ୍ମା ।

ପ୍ରକୃତ ଶିଷ୍ୟଙ୍କୁ ପରୀକ୍ଷା କରିଣ

  ହୋଇଥାନ୍ତି ସେ ପୁଣ୍ୟାତ୍ମା ।।

ବେଦ ଓ ପୁରାଣ ଉପନିଷଦରେ 

   ଗୁରୁଶିଷ୍ୟଙ୍କ ବର୍ଣ୍ଣନ ।

ସଦାଚାର ସହ ନୀତିଶିକ୍ଷା ଜ୍ଞାନ 

  କରିଥିଲେ ସେ ପ୍ରଦାନ ।।

ପିତୃ-ମାତୃଦେବ-ଆଚାର୍ଯ୍ୟ-ଅତିଥି 

  ଦେବ ଭବ ଉପଦେଶ ।

ସତ୍ୟଂବଦ-ଧର୍ମଂଚର-ନୀତିବାଣୀ 

  ଦେଉଥିଲେ ହୋଇତୋଷ।।

ଗୁରୁ ରାଧାକ୍ରିଷ୍ଣନ୍ ରବୀନ୍ଦ୍ରନାଥ ଯେ 

    ଥିଲେ ରାଷ୍ଟ୍ର-ବିଶ୍ୱଗୁରୁ ।

ରାଧାକ୍ରିଷ୍ଣନ୍ ଙ୍କ ଜନ୍ମତିଥିକୁ ଗୁରୁ 

  ଦିବସ ଭାବରେ ପାଳୁ ।।

ବିଶ୍ୱ ସମୂହର ଗୁରୁ ସମ୍ପ୍ରଦାୟ 

   କରେ ମୁଁ ଭକ୍ତି ପ୍ରଣାମ ।

ତୁମ ଆଶିଷରୁ ବିଶ୍ୱବାସୀଙ୍କର 

   ହେଉ ମଙ୍ଗଳ ବିଧାନ । ।

  


Rate this content
Log in