Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

3  

Prasanna Kumar Madala

Inspirational

ବନବାସିନୀର କଥା

ବନବାସିନୀର କଥା

1 min
13.4K


କଲବଲେ ଅତି      କରୁଛି ମିନତି

     ଶୁଣ ହେ ଓଡ଼ିଆ ଭାଇ

ଥାଉ ରାଜନୀତି     ଦିନ ଯାଏ ବିତି

     ଉପାସରେ ବଞ୍ଚି ଥାଇ ।

କନ୍ଧମାଳ ଝିଅ    ସାହା ଟିକେ ଦିଅ

     କେତେ ବା କହିବି ଆଉ

ଘରେ ନାହିଁ ଜାଉ   କୋଇଲିକି ଖାଉ

     ମରେନି ଭୋକର ଦାଉ ।

ଇଏ କି ବିକାଶ    ହୋଇଛି ନିକାଶ

     ଆସିଲେ ଯହୁଁ ବେପାରୀ

ବନସ୍ତର ଧନ    ବୋହିନେଲେ ଜନ

     ଆମଠୁ ଦୂର ସେପାରି ।

ପାହାଡ ତଳରେ    ସାଧନ ବଳରେ

     କରିଲୁ ଯେତେକ ଚାଷ

ଅଶନ ଅଭାବେ   ପ୍ରାଣୀଏ ସ୍ଵଭାବେ

     ଖାଇ କଲେ ସବୁ ନାଶ ।

ହେଲେ ରୋଗବ୍ୟାଧି  ତନ୍ତ୍ର ମନ୍ତ୍ର ସାଧି

      ଉପାୟ କହଇ ଓଝା

ଏ ମୁଲକେ କାହିଁ    ଡାକତର ନାହିଁ

     ନିଇତି ପଡଇ ଖୋଜା ।

ସରକାରୀ ବାବୁ    ନିତି କରେ କାବୁ

     ନିରୀହା ଅବଳା ଝିଅ

ଦୁଇଚାରି ଦିନେ    ମହତ ତା ଛିନ୍ନେ

     ଆଉ କି ମିଳଇ ଖିଅ ।

ଜନଜାତି ହିତେ    ବେଳକାଳ ବିତେ

     ଯୋଜନା ମାଳକୁ ମାଳ

ସୁବିଧା ଯେତେକ   ଚତୁର କେତେକ

      କରନ୍ତି ହରଣଚାଳ ।

କି ପାଇଲେ ଦୀକ୍ଷା   ନାହିଁ ଏଠି ଶିକ୍ଷା

    ଶିକ୍ଷକ ସେ କିଏ ବୋଲି

ପିଲାଏ ଆମର    ସତେ କି ପାମର

     କହି ନପାରନ୍ତି ଖୋଲି ।

ପୋଡିଛି କି କର୍ମ    ବରି ଆନ ଧର୍ମ

     ସଭିଏଁ ମାତିଲେ ତହିଁ

ଯେହେତୁ ନପାଳ    ଆଦରି କପାଳ

      ସୁବିଧା ମିଳଇ ଯହିଁ ।

ଏତେ ଜାଣି କର     ପତାଇଛି ଧର

     ଜାଗ ହେ ଭଉଣୀ ଭାଇ

ନିଦାନରେ କଥା    ଟେକିଥିବ ମଥା

     କା' ଆଗେ କହିବି ଯାଇ ?

     ପ୍ରସନ୍ନ କୁମାର ମାଦଳା

#positiveindia


Rate this content
Log in

Similar oriya poem from Inspirational