Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

3  

Chittaranjan Nanda

Inspirational

ବଳରାମ ଦାସ, ଲକ୍ଷ୍ମୀ ପୁରାଣ

ବଳରାମ ଦାସ, ଲକ୍ଷ୍ମୀ ପୁରାଣ

1 min
283


ନାରୀର ସେଇ ଶାନ୍ତ ସୁନ୍ଦର ପ୍ରେମ ପ୍ରୀତି 

ଓ ସ୍ନେହ ସ୍ନିଗ୍ଧ ଶକ୍ତିର

ସାମନାରେ ତିଷ୍ଠି ପାରେ ନାହିଁ ଦର୍ପମୟ 

ଆସ୍ପର୍ଦ୍ଧା ପୁରୁଷ ଜାତିର |୧|


ଉତ୍କର୍ଷ ପ୍ରମାଣ ହୋଇଛି ଶ୍ରୀଜଗନ୍ନାଥ ଓ 

ଲକ୍ଷ୍ମୀଙ୍କ କଥା ମଧ୍ୟରେ

ଆମର ବଳରାମ ଦାସ ଲେଖିଛନ୍ତି ତାହା 

ଲକ୍ଷ୍ମୀ ପୁରାଣରେ |୨|


ସଂଯୋଗ କରନ୍ତି ଓଡ଼ିଶାର ବହୁ ପ୍ରଚଳିତ 

ରୀତି ନୀତି ଏହି ଲେଖାରେ 

ଲକ୍ଷ୍ମୀ ପୁରାଣକୁ ମାଣବସା ପୁରାଣ ଭାବେ 

ବିଦିତ ଓଡିଶାର ଘରେ ଘରେ |୩|


ବଳରାମ ଦାସ ଲକ୍ଷ୍ମୀ ପୁରାଣ ଓ ସଂସ୍କୃତ 

ଲକ୍ଷ୍ମୀ ପୁରାଣ ଭିତରେ

ତଫାତ୍ ଅବା ବ୍ୟତିକ୍ରମ ଆମେ ପାଉଛେ

କେତେକ ସ୍ଥାନରେ |୪|


ବଳରାମ ଦାସ ଏହାକୁ ଓଡ଼ିଆଙ୍କର ଅତ୍ୟନ୍ତ 

ପ୍ରିୟ ଗ୍ରନ୍ଥରେ ପରିଣତ କରିଛନ୍ତି

ମାର୍ଗଶୀର ମାସର ଗୁରୁବାର ଦିନ ସବୁ ବର୍ଗର 

ଲୋକେ ମା ଲକ୍ଷ୍ମୀଙ୍କୁ ଆବାହନ କରନ୍ତି |୫|


ସମାଜରୁ ପୁରୁଷ ଓ ନାରୀ ଭିତରେ ଭେଦ

ଭାବନୀତି ଦୁର କରିବାକୁ

ଲକ୍ଷ୍ମୀ ପୁରାଣ ମାଣବସା ପୁରାଣର କିଛିକାଂଶ 

ଏହିପରି ଥୋଇଲି ଜାଣିବାକୁ |୬|



Rate this content
Log in

Similar oriya poem from Inspirational