ବଳାତ୍କାର
ବଳାତ୍କାର
ବଳାତ୍କାର, ନିତିଦିନିଆ ଖବର
କଣ କହିବା,କିଛି କହିବାକୁ ସ୍ପୃହା ନାହିଁ
କିଛି ନ କହିଲେ, ମନରେ ଅବଶୋଷ
କେତେ ସହ୍ୟ କରିବା,ଆଉ ସହି ହେଉନି
ମିଳିମିଶି ସ୍ୱର ଉଠାଇଲେ ହିଁ କିଛି ହେବ।
ପରିବାର ଓ ସମାଜରେ
ପ୍ରପୀଡ଼ିତ ପ୍ରତି ମୁହୂର୍ତ୍ତରେ
ମୁହଁ ଲୁଚାଇ ଘରେ ରହିଲେ ହେବନି
ଏକ ଦାୟିତ୍ଵ ଭାବେ ଗ୍ରହଣ
ସମାଜର ଘୃଣା ଦୃଷ୍ଟିରୁ ବର୍ତ୍ତିବାକୁ ହେବ।
ନିଷ୍ଠୁର ମନୋଭାବ
ହିଂସା ର ଉଦ୍ରେକ ଓ ବିଭୀଷିକା
ସମାଜର ଚଳନ୍ତି ସଂସ୍କାର ଭୁଲୁଣ୍ଠିତ
ଅସ୍ଥିରତା ର ବାତାବରଣ ଘରେ ଓ ବାହାରେ।
ମଣିଷର ମନ ଅଣାୟତ୍ତ
ମାନବିକତା ର ଦ୍ୱାହି ଦେଇ ଅରାଜକତା
କ୍ଷଣିକ ସୁଖ ପାଇଁ
ମଣିଷ ରୁ ରାକ୍ଷସ ହେଉଛି।
ନିଷ୍ଠୁରତା ର ସୀମା ଲଂଘିବା ପୂର୍ବରୁ
କେମିତି,ମଣିଷ ମଣିଷକୁ ବୁଝିପାରୁ ନାହିଁ!!
ପଶ୍ଚାତାପ ସମାଧାନର ସୂତ୍ର ନୁହେଁ
ସମୟ ଆସିଛି,କିଛି କରିବାକୁ ହେବ!
ପ୍ରଥମେ ଆସ,ନିଜ ତରଫରୁ
ଆରମ୍ଭ ହେଉ ଏ ଆନ୍ଦୋଳନ
ପରସ୍ପରକୁ ସମ୍ମାନ ସହିତ
କୁସ୍ଚିତ ଚିନ୍ତାଧାରା ମନ ଭିତରକୁ ନ ଆସୁ
ବିଚାର ଓ ଭାବନାରେ ଶୁଦ୍ଧତା ରହୁ।