STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ବଜାର

ବଜାର

1 min
103

ଏଠିତ ସମସ୍ତେ

ବେପାର କରିବାରେ ସିଦ୍ଧହସ୍ତ

ମାନବିକତା କୁ କିଏ ପଚାରେ

ମଣିଷ ପଣିଆ ପଛେ ଚୂଲିକି ଯାଉ

ନୈତିକତା ଜଳିପୋଡ଼ି ପାଉଁଶ ହେଉ

ଖାଲି ସ୍ୱାର୍ଥ ପୂରଣ ହେଉ

ତାପରେ ଦୁନିଆ ଧ୍ବଂସ ହେଉ

କି

ଦେଶ ମଝି ନଈରେ ବୁଡ଼ିଯାଉ

ପଇସାରେ କିଣି ହୁଏ ମନ

ଆଉ ହୃଦୟ

ପୁଣି ବିକ୍ରି ହୁଏ

ନିଜର ରକ୍ତ

ଆପଣା ହୁଅନ୍ତି ସାତପର

ଅଜଣା ପୁଣି ନିଜର ହୋଇ

ମନ କିଣି

ପଳାୟନ କରନ୍ତି

ଖୋଲିଦେଇ ପରଦେଶୀ ହେବାର ଅସଲ ପରିଚୟ

ଅପରାଧୀ ହୁଏ ଦୋଷମୁକ୍ତ

ନିରୀହ ସଜା ପାଏ

ବିକ୍ରିହୁଏ ନ୍ୟାୟ

ସତ୍ୟର ହୁଏ ପରାଜୟ

ଅନ୍ୟାୟର ହୁଏ ବିଜୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract