STORYMIRROR

Prasanna Kumar Madala

Abstract

3  

Prasanna Kumar Madala

Abstract

ବିତାନେ ଏ ତାନ

ବିତାନେ ଏ ତାନ

1 min
285

ବିତାନେ ଏ ତାନ ତୋଳେ ପ୍ରତିଧ୍ବନି

ଶୁଭ ବିଭାତରେ ଆଜି

ସାରା ଅଭିସାରେ  ସୁହାସିନୀ ଧନୀ

ଦିଶେ ଧରା ଶୋଭାରାଜି


ଶବ୍ଦରେ ଜୀବନ  କିଏ ସେ ଭରିଛି

ଗୁଞ୍ଜି ଉଠେ ମଧୁ ସ୍ବର

ମୌନତାର ଏହି  ତରଙ୍ଗେ ଲାଗିଛି

ବନ୍ଦୀ ଭାବନାରେ ପର


ଘୋର ତମସରେ  ଜୀଇଁଥିଲା ଯିଏ

ଅନ୍ତର୍ଦାହେ ହୋଇ ସ୍ଥିତ

ମତି ଅପାଙ୍ଗ ବା  ଚାଳନେ କି ସିଏ

ଶୁଣାଇ ଦେଲା ଏ ଗୀତ


ଉଜୁଡା ସଂସାର  ବସାଇ ପୁଣି ସେ

ମିଳାଏ ବିଚ୍ଛିନ୍ନ ମନ

ସୁପ୍ତ ସଙ୍କୁଚିତ ସମ୍ବନ୍ଧେ ଏବେ ଯେ

ସଞ୍ଚରେ ଏ ଶିହରଣ


ନିର୍ମାଣ ସନ୍ଦେଶ  ପାଇଛି କି ମୁଠେ

ମାଟିରେ ଗଳିତ ଭସ୍ମ

ଭଗ୍ନ ସାହସର ସଉଧେ ଯା' ଉଠେ

ସ୍ଖଳିତ ଖଣ୍ଡିତ ଅଶ୍ମ


ଜ୍ୟୋତିର ସ୍ରାବକ ଯାଉଥିଲା ଫାଟି

ହିମଶିଖେ ଜ୍ବାଳା ସହି

ଅବିରୋଧ ପ୍ରାୟେ ଅବରୋଧ କାଟି

ଗଙ୍ଗାଧର ଯାଏ ବହି


ମୂର୍ଚ୍ଛନାରେ ଜାଗେ ମୂର୍ଚ୍ଛାଗତ ପ୍ରାଣ

ଉଦ୍ଦୀପକ ଅନ୍ତରାଳେ

ପରାହତ ତେବେ  ପାଏ ପରିତ୍ରାଣ

ଶୃଙ୍ଖଳିତ ଲୟ ତାଳେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract