ବିଷୁବ
ବିଷୁବ
ଆସିଛି ବରଷକେ ଓଡ଼ିଆ ନବବର୍ଷ
ତୁଳସୀ ଚଉରାଙ୍କ ପାଇ ସ୍ପର୍ଶ
ପଣା ମହକ ଝୁଣା ଧୂଆଁ ଶୀର୍ଷ
ଆସେ ନବବର୍ଷ ଏମିତି ପ୍ରତିବର୍ଷ
ଆଣି ଉନ୍ମାଦନା ଓ ହର୍ଷ
ସୂର୍ଯ୍ୟଙ୍କ ବିଷୁବ ରେଖା ଗମନ ଶେଷ
ଉତ୍ତରାୟଣ ଗତି ତେଜ ଉତ୍କର୍ଷ
ଓଡ଼ିଆ ପ୍ରାଣ ପୁଲକ ଉଭେଇ ବିମର୍ଷ
ଋତୁ ଲାଗେ ପଉଷ ରେ ପୁଷ ମାସ
ଗ୍ରହଶାନ୍ତି ଜାଗଯଜ୍ଞ ପାଞ୍ଜି ଓ ଜଉତିଷ
ସଂକ୍ରାନ୍ତି ସୂର୍ଯ୍ୟଙ୍କ ଗତି ପ୍ରକାଶ
ଦଣ୍ଡ ପାଟୁଆ, ପାଣିତୋଳା ହବିଷ
ସ୍ଥାନର ମାହାତ୍ମ୍ୟରେ ଧରାରେ ପିୟୁଷ
ଘଣ୍ଟ ଘଣ୍ଟା କାହାଳୀ ପେଁକାଳୀ ବାଦ୍ୟ ବିଶେଷ୍ୟ
ଖାଇଫୋଡ଼, କଣ୍ଟାଫୋଡା ଭକ୍ତ ମନୋରଥ
ଶିବ ଶିବା ପୂଜା ଭକ୍ତି ନୈବେଦ୍ୟ ଜତିପାତ
ଓଡ଼ିଆ ଭାଷା ସଂସ୍କୃତି ପରମ୍ପରା ଅଶେଷ
ପଣା ଦାନ ମହତ ପୁଣ୍ୟ ରୋଗ ନାଶ
ଓଡ଼ିଆ ତାର ଭାଷା ବଢିଆ ନାହିଁ ଭାଗଶେଷ
ସ୍ୱର ଲୟ ତାଳ ଭିତରେ ପର୍ବ ଉଚ୍ଚ୍ୱାସ
ନାହାକ ପଣ୍ଡିତ ମୁକ୍ତି ମଣ୍ଡପେ ଖିଲିଖିଲି ହସ
ହାତରେ ମିଶେଇ ହାତ ସ୍ୱାଭିମାନ ଭରା ନିଶ୍ୱାସ
ଓଡ଼ିଆ ବରପୁତ୍ର ଦିଅନ୍ତୁ ସ୍ବର୍ଗରୁ ଆଶିଷ
ପଦଚିହ୍ନ ଛାଡ଼ି ଯାଇଛନ୍ତି ପିତୃପୁରୁଷ
ଓଡ଼ିଆ ଭାଷା ସଂସ୍କୃତି ପର୍ବରେ ବାଣ୍ଟିଯିବା ହସ ll
