Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Classics

3  

Kalandi pal

Classics

ବିଷ୍ଣୁ 108 ନାମ

ବିଷ୍ଣୁ 108 ନାମ

1 min
239



ଜଗନ୍ନାଥ ଜଗଦୀଶ ପୁଣ୍ୟ ନିରାକାର

ଯେଉଁନାମେ ଡାକିଦେଲେ ସେ ନାମ ତୁମର.

ସହସ୍ର ନାମେ ଭୂଷିତ ହେ ପରମେଶ୍ୱର

ନ ଧରିଲେ ନାମ ତୁମ ଏ ଜୀବ ଅସାର  l0l


ଅଚଳ ଅଚ୍ୟୁତ ହରି ଅଦ୍ୱୈତ ଅନନ୍ତ

ଅଦଭୂତ ଆଦିଦେବ ଅଜୟ ଅମୃତ.

ଅନ୍ୱୟ ଅପରାଜିତ ଆନନ୍ଦ ସାଗର

ଅଜନ୍ମା ଅନନ୍ତଜିତ ସେ ନନ୍ଦ କୁମର l1l


ଅନିରୁଦ୍ଧ ଅକ୍ଷର ତ ସକ୍ଷୀ ନାରାୟଣ

ଅତ୍ୟୁକ୍ତ ଦୟାଳୁ ସୁଦର୍ଶନ ବର୍ଦ୍ଧମାନ..

ବାସୁଦେବ ସତ୍ୟବ୍ରତ ତୁ ଶ୍ୟାମସୁନ୍ଦର

ବିଶ୍ୱକର୍ମା ବିଶ୍ୱମୂର୍ତ୍ତି ବିଶ୍ଵରୂପ ତୋର l2l


ବୈକୁଣ୍ଠନାଥ ହେ ବିଶ୍ଵପ୍ରଭା ବିଶ୍ୱଆତ୍ମା

ପରମ ପୁରୁଷ ପଦ୍ମହସ୍ତ ପରମାତ୍ମା

ପରଂବ୍ରହ୍ମ ପଦ୍ମନାଭ ତୁମେ ସର୍ବେଶ୍ୱର

ପ୍ରଜାପତି ପୁରୁଷୋତ୍ତମ ମୁରଲୀ ମୟୁର. l3l


ବାଳକୃଷ୍ଣ ଚତୃର୍ଭୁଜ କମଳ ନୟନ

ଦାନବେନ୍ଦ୍ର ଦୟାନିଧି ଦେବକୀ ନନ୍ଦନ.

ଦେବାଧିଦେବା ହେ ପ୍ରଭୁ ଶ୍ରୀ ବାଳଗୋପାଳ

ଦ୍ୱାରିକାର ପତି ତୁମେ ଗୋବିନ୍ଦ ଗୋପାଳ l4l


ଜ୍ଞାନେଶ୍ୱର ଦ୍ରବୀନ ଦେବେଶ ତୁମ ନାମ

ଜଗତ୍ଗୁରୁ ଜ୍ୟୋତ୍ୟାଦିତ ଯୋଗୀ ଜନାର୍ଦ୍ଦନ.

ହୃଷିକେଶ ହିରଣ୍ୟର୍ଭ ହେ ମୁରଲୀଧର

ମଧୁସୂଦନ ମହେନ୍ଦ୍ର କୃଷ୍ଣ ମନୋହର l5l


ଗୋପାଳପ୍ରିୟ କେଶବ ତୁ କଞ୍ଜଲୋଚନ

କମଳନାଥ ଜୟନ୍ତଃ ତୁ ମନ ମୋହନ.

ଲକ୍ଷ୍ମୀକାନ୍ତ ଲୋକାଧ୍ୟକ୍ଷ ହେ ନନ୍ଦ ଗୋପାଳ

ନିରଞ୍ଜନ ନିର୍ଗୁଣ ମୁରଲିମନୋହର. l6l


ସୁରେଶମ ତ୍ରିବିକ୍ରମ ସୁମେଧା ଶ୍ରୀ କାନ୍ତ

ମଦନ ମେଦ୍ଵିଷ ବିହାରୀ ତୁ ସହସ୍ରାଜିତ.

ସର୍ବଜନ ସନାତନ ସର୍ବ ପଲକର

ସହସ୍ରାକାଶ ରବିଲୋଚନ ନାମଟି ତୁମର l7l


ପାର୍ଥସାରଥୀ ମାଧବ ତୁ ସତ୍ୟବଚନ

ବିଶ୍ଵଦକ୍ଷିଣ ଯାଦବେନ୍ଦ୍ର ନାମଟି ତ ଶ୍ୟାମ.

ଯୋଗିନାମପତି ଧର୍ମଧ୍ୟକ୍ଷ ଉପେନ୍ଦର

ଶହେ ଆଠ ନାମ ଏ ପରମ ବିଷ୍ଣୁଙ୍କର l8l



Rate this content
Log in

Similar oriya poem from Classics