Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Panda

Classics

3  

Nibedita Panda

Classics

ଧନୁ ସଂକ୍ରାନ୍ତି

ଧନୁ ସଂକ୍ରାନ୍ତି

1 min
150



ସୂର୍ଯ୍ୟ ନାରାୟଣ ବିଛାରୁ ଧନୁକୁ

     ଚଳମାନ ହୋଇଥାନ୍ତି,

ସେଥିପାଇଁ ଏହି ସଂକ୍ରାନ୍ତିର ନାମ 

     ରହିଛି ଧନୁ ସଂକ୍ରାନ୍ତି।


ଧନୁ ସଂକ୍ରାନ୍ତିରେ ଧନୁ ମୁଆଁ ଭୋଗ

    ହୁଅଇ ଦିଅଁଙ୍କ ପାଶେ,

କୃଷିଭିତ୍ତିକ ଏ ଧନୁ ସଂକ୍ରାନ୍ତିରେ 

   ଧାନଖଳାଟି ବି ହସେ।


ଧାନ ଗଦା ପାଖେ ପୂଜା କରାଯାଏ

    ମୁଆଁ ଭୋଗ ଦିଆ ହୋଇ,

ଆନନ୍ଦ ମନରେ ଖାଇଥାନ୍ତି ସର୍ବେ

     ପରମ୍ପରା ଅଛି ରହି।


ଶ୍ରୀ ମନ୍ଦିରେ ଏହି ଦିନ ଠାରୁ ହୁଏ

   ଆରମ୍ଭ ପହିଲି ଭୋଗ, 

ଏକ ମାସ ଧରି ନିତି ପ୍ରତିଦିନ

   ହୁଏ ନାନା ଭୋଗରାଗ।


ପୁଣ୍ୟ ଦିନ ଅଟେ ଏ ଧନୁ ସଂକ୍ରାନ୍ତି

   ସୂର୍ଯ୍ୟ ପୂଜା ପାଇଥାନ୍ତି,

ଘରେ ଓ ମନ୍ଦିରେ ଦେବାଦେବୀ ପୀଠେ

    ପାଳିତ ଧନୁ ସଂକ୍ରାନ୍ତି।


ପୁଣ୍ୟ ଲାଭ ହୁଏ ସଂକ୍ରାନ୍ତି ପାଳିଲେ

   ଲୋକ ବିଶ୍ଵାସ ରହିଛି,

ପରମ୍ପରା କ୍ରମେ ଆମ ସଂସ୍କୃତିରେ

    ଏହା ପ୍ରଚଳିତ ଅଛି।


ଗ୍ରହ ମାନଙ୍କର ରାଜା ସୂର୍ଯ୍ୟ ଦେବ

    ଚଳନ ପ୍ରଭାବ ଥାଏ,

ମଣିଷ ଜୀବନ ସହିତ ଜଡିତ

    ତେଣୁ ପୂଜା କରାଯାଏ।




Rate this content
Log in

Similar oriya poem from Classics