ବିଷବଳୟ
ବିଷବଳୟ
ବିଷ ବଳୟ ଘେରିରେ ଏଠି
ବୁଡ଼ି ଗଲାଣି ଗଙ୍ଗା ।
ଯେଉଁଠି ଦେଖେ ସେଇଠି ଲାଖେ
ଜୀବନ ନଦୀ ଡ଼ଙ୍ଗା ।
ଜୀବନ ସାରା ନଦୀ ସାହାରା
କହୁ ତ ଥିଲା ଯିଏ ।
ନିଜ ଗୋଡ଼ରେ କୁରାଢୀ ମାରି
ଆଯି ଏ ଦଶା କଲା ସିଏ ।
ଦୁଷିତ ପାଣି ଦୁଷିତ ବାୟୁ
କମାଇ ଦେଲା ଆୟୁ ।
ମଣିଷ ହୋଇ ବୁଝିତ ନାହିଁ
କମିଲା ପରମାୟୁ ।
ଉପକାରର ବଦଳେ ଦେଲା
ପ୍ରଦୂଷଣର ଶାପ ।
ଦେଖିଲା ନାହିଁ କେମିତି ଏଠି
କମିଲା ଜଳ ଚାପ ।
ନିଜର ମୃତ୍ୟୁ ଡାକିଆଣିଲା
ନଦୀକୁ ଦେଇ ଧୋକା ।
ଜଳ ବିହୁନେ ମାଟିରେ ଦିନେ
ଜୀବନ ଯିବ ଏକା ।
ବେଳହୁ ହୁଅ ସାବଧାନରେ
ସ୍ୱଛତାର ସ୍ୱର ।
ବିଷବଳୟ କଟିଲେ ଶୁଭେ
ସଂଗୀତ ଜୀବନର।
