STORYMIRROR

Baijayantimala Rout

Abstract

3  

Baijayantimala Rout

Abstract

ବିଷାକ୍ତ ବଳୟ

ବିଷାକ୍ତ ବଳୟ

1 min
11.7K

ଧରଣୀ ବକ୍ଷରେ ପୂର୍ଣ୍ଣ ହୋଇଅଛି 

ଗଦା ଗଦା ଆବର୍ଜନା ,

ଧରଣୀ ରାଣୀର ବୁକୁଫଟା କାନ୍ଦ 

କର୍ଣ୍ଣେ କାହାର ବାଜେନା ।

ଜଳ ସ୍ଥଳ ବାୟୁ ପ୍ରଦୁଷିତ ଆଜି 

ମନୁଷ୍ୟ ଔଦ୍ଧତ୍ଯ ପଣେ ,

ଉନ୍ନତି ନାମରେ ଅବନତି ହୁଏ

ଏ ଦେଶର କୋଣେ କୋଣେ ।

ଯନ୍ତ୍ରରେ ଚାଳିତ ମାନବ ସଭ୍ଯତା

ଯନ୍ତ୍ର ବିନା ମନ୍ତ୍ର ହୀନ ,

କିଏ ସେ ବୁଝିବ ଏ ଧରଣୀ ଦୁଃଖ

ଯନ୍ତ୍ର ଚାଳିତ ଜୀବନ ।

ବିଷାକ୍ତ ହୋଇଛି ବାୟୁମଣ୍ଡଳ ଏ

ଘେରିଛି ବିଷ ବଳୟ ,

ରକ୍ତାକ୍ତ ହୋଇଛି ମାନବ ସଭ୍ୟତା 

ନାହିଁ ଯେ କାହିଁ ଆଳୟ ।

ତଥାପି ମାନଵ ବୁଝି ନ ପାରଇ

ଧରଣୀ ବକ୍ଷ ବେଦନା ,

କିଏ ବୁଝେଇବ ଅବୁଝା ଲୋକଙ୍କୁ 

କେହିବି ବୁଝି ପାରେନା ।


Rate this content
Log in

Similar oriya poem from Abstract