STORYMIRROR

Kananbala Das

Tragedy

3  

Kananbala Das

Tragedy

ବିଷାଦ

ବିଷାଦ

1 min
230


ବଦଳି ଗଲାତ ସବୁଚିତ୍ରପଟ

ଅମୃତରେ ଭରି ବିଷ,

ଆଘାତ, ସଂଘାତ ଫସର ଫାଟିଲା

ନୀଳସ୍ୱପ୍ନ ହେଲା ଶେଷ।।


ସବୁଠି କୁହୁଡି ଘନଆସ୍ତରଣ

ନିର୍ବାକ, ନିଃଷ୍ପ୍ରାଣ ଛାୟା,

ମନ୍ଥିତ ଅମୃତ ହଳାହଳ ବିଷ

ପ୍ରକୃତି ରଚିଛି ମାୟା।।


(ମୋ)ଅବୁଝାପଣର ଶାନ୍ତନିରବତା

ଉତ୍ତର ଆଶାୟୀ ମନ,

ଆତ୍ମୀୟତା ସତେ ଆତ୍ମପ୍ରବଞ୍ଚନା

ଗୋଲକ ଧନ୍ଦାରେ ପ୍ରାଣ।।


ବିଷକୁମ୍ଭଧରି ବିଛୁଆତିଡାଳେ

ହଜେ ଜୀବନର ଖେଳ,

ପ୍ରତିଧ୍ୱନିତସେ ବିଗତ ମୁହୂର୍ତ୍ତ

କପଟ ପାଶା ର ଛଳ।।


ସବୁ ଫମ୍ପାଶବ୍ଦ ଶୁନ୍ୟବିଷାଦିତ

ତଥାପି ବଞ୍ଚିବା ହେବ,

ଅବର୍ତ୍ତମାନରେ ଲେଖାହେବ ଯେବେ

କାହାପାଇଁ ପ୍ରେମ କାବ୍ୟ।।


ସ୍ମୃତି ଛାଡିଯାଏ ଲଲାଟ ପଟରେ

ମହୁଆ ନିଶାର ଚିହ୍ନ,

ପ୍ରେମ ମହୀୟାନ କାବ୍ୟକବିତାରେ

ବାସ୍ତବତା କିଛି ଭିନ୍ନ।।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy