STORYMIRROR

Basanti Pattnaik

Inspirational

2  

Basanti Pattnaik

Inspirational

ବିଷାଦ ଭାବ ଛାଡ଼

ବିଷାଦ ଭାବ ଛାଡ଼

1 min
173

ଜୀବନ ଟା ଏକ ଅଡୁଆ ସୂତା

ଗୁଡେ଼ଇ ତୁଡେଇ କରେ ବିଷାଦ ଭରା

ବସା ବାନ୍ଧିଛି ତା ମନ ଅଗଣାରେ

ଦୁଃଖ ଯାତନା ମାନସିକ ଚିନ୍ତା ଧାରା

ଟିକିଏ ଖୁସିରେ ହସିଦେଲା ବେଳେ

ଦୁଃଖ ବସିଯାଏ ତା ମୁଣ୍ଡ ଉପରେ

ଅଡୁଆ ସୁତାକୁ ସିଧା କଲାବେଳେ

ବିଫଳତା ତାର ହାତକୁ ଟାଣେ

 ସ୍ପୃହା ହୀନ ହୋଇ ଲେଖନୀ ଛାଡେ

 ବିଫଳତା ଖୁସିରେ ତା ଛାତିକୁ ଭିଡେ

  ନିଜର ମନକୁ ପୁଣି କୋଠର କରେ

  ଅଡୁଆ ସୁତାକୁ ସଳଖି ଧରେ

  ମନ ଭିତରେ ଆଲୁଅ ଢାଳେ

  ତେଜିୟାନ ହୋଇ ପ୍ରଦୀପ ଜାଳେ

  ବିଫଳତାକୁ ସେ ପାଦରେ ଦଳେ

  ସଫଳତା ର ମସାଲ ହାତରେ ଧରେ

   ଦୃଢ଼ତା ମନରେ ଆଗେଇ ଚାଲେ

   କଲମ ମୂନକୁ ସୁଦୃଢ କରେ

   ସମାଜ କୁ ସିଏ ବାର୍ତ୍ତା ଟିଏ ଦିଏ

   ହାର ନାହିଁ ଚାଲ ଆଗକୁ ଟିକିଏ

   ଜୀବନ ଅଛିତ ଦୁଃଖ ତ ପାଇବ

   ତାରି ଭିତରେ ସୁଖକୁ ଖୋଜିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational