STORYMIRROR

Debasis Ray

Abstract

3  

Debasis Ray

Abstract

ବିଶ୍ଳେଷଣ

ବିଶ୍ଳେଷଣ

1 min
331

ବିଶ୍ଲେଷୀତ ହେଉ ମାନବ ର ସ୍ବଭାବ 

ପୃଥୀବି ର ଶ୍ରେଷ୍ଠ ଜୀବ ମନୁଷ୍ୟ ପାଇଁ କଣ ବା ଅଭାଵ 

ଅତିକ୍ରମ କରିବାକୁ ଜୀବନ ପାରାବାର 

ଆପଣେଇଛୁ କେତେ କାର୍ଯ୍ୟ ର ସମ୍ଭାର 

ମନରେ ବର୍ତ୍ତମାନ କୁ ଅବହେଳାକରି ଭବିଷ୍ୟତକୁ କରୁ ସ୍ୱାଗତ 

ସେହି ମନପାଇଁ ପରିଣାମ ଭୋଗିବୁ ଏହା ଦୃଢ ନିଶ୍ଚିତ 

ଅଦୃଶ୍ୟ ରେ ଖେଳିଯାଏ କେତେ ପ୍ରହେଳିକା 

ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟେ କେତେ ଚିନ୍ତନ ର ପଡେ ଯବନିକା 


ଆମେ ବାଧ୍ୟହେବୁ ଧରିବାକୁ ପାର୍ଥୀବତା ସହ ଅତ୍ମୀୟତା ର ମଙ୍ଗ 

         ଦୁଃଖ ପାଇବୁ ପୁଣି ଏହା ଦୃଢ ନିଶ୍ଚିନ୍ତ 

ଛୀରନ୍ତନ ସତ୍ୟ ଏହା ଯେପରି ଉଦିତାଂଶୁର କମନୀୟ ରଙ୍ଗ 

        ଆରାଧନା ବା ଅଳୀର କାହିଁ ବା ଅନ୍ତ 

ପାର୍ଥୀବତା କୁ କରି ନିଜର ଦେଖାଉ ଆମ ସ୍ୱାତନ୍ତ୍ର୍ୟ 

ସବୁଦିଗେ ଅସଫଳ ହେଉ ଏହା ପ୍ରକୃତି ର ବୈଚିତ୍ର 


ସମସ୍ତଙ୍କ ମଙ୍ଗଳ ସର୍ବଦା କାମନା କରିବା ହେଉ ଆମର ଧେୟ 

ଆମପକ୍ଷେ ନୁହେଁ ଅସମ୍ଭବ ଏହା ଆମର ଅଟେ ପ୍ରେୟ 

ଆମେ ହେବାନାହିଁ ଦେହ ଦେଇଥିବା ମାଟିମା ର ଉଧାରୀ 

ସେହିଥିରେ ମିଶି ଚାଲିଯିବ ଆମର ଜୀବନ ସଵାରୀ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract