STORYMIRROR

Ghanashyam Jena

Inspirational

4  

Ghanashyam Jena

Inspirational

ବିଶ୍ଵଗୁରୁ ଭାରତ

ବିଶ୍ଵଗୁରୁ ଭାରତ

1 min
300

                  

ଜୁନ୍ ଏକୋଇଶ ଅଟଇ ବିଶ୍ଵ ଯୋଗ ଦିବସ,

ଯୋଗ ଦେଇଥିଲେ ବିଶ୍ଵର ଏକଶ ଅଶୀ ଦେଶ ।


ଦିହଜାର ଚଉଦ ସାଲ୍ ଡିସେମ୍ବର ଏଗାରେ

ଘୋଷଣା କଲା ଜାତିସଂଘ ନିଜ ପରିଷଦରେ ।


ଯୋଗ ବଳେ ମିଳେ ଆନନ୍ଦ ସୁଖ ଶାନ୍ତି ଅପାର,

ଯୋଗେ ସୁସ୍ଥ ସ୍ବାସ୍ଥ୍ୟ ଶରୀର, ମନ ବୁଦ୍ଧି ବିଚାର ।


ଆଧ୍ୟାତ୍ମିକ ଚିନ୍ତା ଚେତନା, ଯୋଗବଳେ ସମ୍ଭବ

ତାହାରି ବଳରେ ବଡ଼ଇ ବ୍ୟକ୍ତିର ଗଉରବ ।


ଯୋଗ ବଳେ ବଡେ ଆୟୁଷ, ଜନେ କର ବିଚାର

ଯୋଗ କଲେ ବ୍ୟାଧି ନମାଡେ ପାଖ ଏ ସତ୍ୟଗିର ।


ବାବା ରାମଦେବ ବିଶ୍ୱରେ, ଯୋଗ ପ୍ରଚାର କରି

ଆର୍ଯ୍ୟାବର୍ତ୍ତ ଆର ପାରିରେ, ସର୍ବେ ନେଲେ ଆଦରି ।


ଯୋଗ ବଳେ ଶାନ୍ତି ମୈତ୍ରୀର ବାର୍ତ୍ତା ହେବ ପ୍ରସାର

ସାରା ବିଶ୍ବବାସୀ କରିବେ ଯୋଗକୁ ଆପଣାର ।


ତେବେ ଯାଇ ଧରା ହସିବ ଯୋଗେ ଦେଲେ ଧିଆନ

ସବୁଜିମା ଭର ତାସଙ୍ଗେ, ବିଶ୍ଵ କୋଣାନୁକୋଣ ।


ସେହି ଯୋଗ ବଳେ ବନିବ, ବିଶ୍ୱଗୁରୁ ଭାରତ,

ଜଳ ଜଳ ହୋଇ ଦିଶଇ, ବିଶ୍ଵର ମାନଚିତ୍ର ।


ଦାରୁଣ କରୋନା କାରଣେ, ତ୍ରସ୍ତ ଧରଣୀ ରାଣୀ

ଯୋଗର ପ୍ରଚାର ପ୍ରସାର, ମାନ୍ଦା ପଡ଼ିଛି ପୁଣି ।


ତେବେ ଯାଇ ଧରା ହସିବ ବିଦା ନେଲେ କରୋନା

ଜଗତ ଜନଙ୍କ ମଙ୍ଗଳେ, ଯୋଗ ହେବରେ ଗଣା । 



Rate this content
Log in

Similar oriya poem from Inspirational