STORYMIRROR

Binodini Dash

Inspirational

3  

Binodini Dash

Inspirational

ବିଶ୍ବରେ ସବୁଠୁ ଶ୍ରେଷ୍ଠ ମୋ ଦେଶ

ବିଶ୍ବରେ ସବୁଠୁ ଶ୍ରେଷ୍ଠ ମୋ ଦେଶ

1 min
167


ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ

ବିଶ୍ବରେ ସବୁଠୁ ଶ୍ରେଷ୍ଠ ମୋ ଦେଶ

ମତ ବିଭେଦତା ମଧ୍ୟରେ ଏକତା

ତ୍ରିରଙ୍ଗାଠୁ ମିଳେ ଅପୂର୍ବ ସ୍ପର୍ଶ

ବୀରତ୍ବ, ତ୍ୟାଗର ବାର୍ତ୍ତା

ସତ୍ୟ, ଶାନ୍ତି, ପବିତ୍ରତା

ସମୃଦ୍ଧି, ଶ୍ରମ,ବିଶ୍ବାସ, ନ୍ୟାୟ, ଧର୍ମ

ପ୍ରଗତିରେ ସାମରଥା

ଟେକେ ସଦ୍ଭାବନା ମନ୍ତ୍ରେ ମଥା ।


ଚାଲିଚଳନ, ଆଚାରବ୍ୟବହାର

ଭାଷା, ଖାଦ୍ୟ, ପୋଷାକରେ ଭିନ୍ନତା

ତଥାପି ସଭିଏଁ ବିବିଧତା ମଧ୍ୟେ

ଗାଇ ତ୍ରିରଙ୍ଗାର ବିଜୟ ଗାଥା

ଜାତୀୟ ସଙ୍ଗୀତ ଗାନ

ଛୁଟାଇ ଆପଣାପଣ

ଗୁନ୍ଥି ହେବାପାଇଁ ମିତ୍ରତା ସୂତ୍ରରେ

ଦେଇଥାଆନ୍ତି ଆହ୍ବାନ

ପ୍ରତି ହୃଦୟରେ ଜାଗରଣ । 


ଭରତ ବଂଶଜ ସର୍ବେ ଭାରତୀୟ

କୋଟିଏ କୀରତି କରି ବହନ

ଦେଶ ଅଖଣ୍ଡତା ବଜାୟ ପାଇଁକି

ଉଜାଗରେ କାଟୁଥାଆନ୍ତି ଦିନ

ଆସୁ ଝଡ଼ଝଞ୍ଜା ଯେତେ

ଥକନ୍ତି ନାହିଁ ପରତେ

ମନରେ ସାହସ ବୀରତ୍ୱର ଧ୍ବନି

ତୋଳୁଥାଆନ୍ତି ସମସ୍ତେ

ନାନା ପ୍ରସିଦ୍ଧିକୁ ଧରି ହାତେ ।


ଯିଏ ବି ଯେଉଁଠି ବିଦେଶେ ଥାଆନ୍ତି

ଭୁଲି ପାରନ୍ତିନି ମାତୃଭୂମିକୁ

ମାତୃସମ ତା'ର ବକ୍ଷାମୃତ ପେଇ

ଜୀଆଁଇ ଥିଲା ବୋଲି ପ୍ରାଣଟିକୁ

ଦେଇ କୋଳରେ ଶରଣ

ଜୀବନ କରି ଗଠନ

ବିଜୟ ତିଳକ ପିନ୍ଧାଇ ମଥାରେ

ମଣିଷେ କଲା ଗଣନ

ତେଣୁ ମନ ଝୁରେ ପ୍ରତିକ୍ଷଣ ।


Rate this content
Log in

Similar oriya poem from Inspirational