STORYMIRROR

ବି. ନିରୁପମା

Action Classics Inspirational

5.0  

ବି. ନିରୁପମା

Action Classics Inspirational

ବିଶ୍ବେ ବିରାଜିବ ଶାନ୍ତି

ବିଶ୍ବେ ବିରାଜିବ ଶାନ୍ତି

1 min
3.7K



ବରଷକ ପରେ ଶରତ ଆସିଲା

ମରତେ ଆସିବେ ମାଆ ,

କେତେ ସାଜସଜ୍ଜା ହୋଇଲାଣି ଦେଖ

ମଣ୍ଡପ ଠାଆକୁ ଠାଆ ।


ଦୁର୍ଗତି ନାଶିନୀ-ଦୁର୍ଗତି ନାଶିବେ

ଏ ଧରାରେ ଅବତରି ,

ଯେତେ ପାପ,ତାପ-ବିପଦ, ଆପଦ

ଦେବେ ସବୁ ଦୂରକରି ।


ମଙ୍ଗଳ ଦାୟିନୀ ,ବରଦ ମୁଦ୍ରାରେ

ଢାଳିଦେବେ ଶୁଭାଶିଷ ,

ତାଙ୍କ ସ୍ୱାଗତରେ ଝଲସି ଉଠିବ

ପରା ଏଇ ଦଶ-ଦିଶ ।


ଭକତି ଅନ୍ତରେ ପୂଜିବା ତାହାଙ୍କୁ

ଗାଇ ଆବାହନ ଗୀତି ,

କୃପାମୟୀ ଯେବେ କରୁଣା କରିବେ

ବିଶ୍ବେ ବିରାଜିବ ଶାନ୍ତି ।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Action