STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ବିଶ୍ବାସର ପାତ୍ର

ବିଶ୍ବାସର ପାତ୍ର

1 min
164


କୁକୁର ଠାରୁ ହିଁ ବିଶ୍ବାସ

ନ କରିବ କାରେ,

ବିଶ୍ବାସ ପାତ୍ର ହିଁ କୁକୁର

ଜୀବନ ଯାତ୍ରାରେ।୧।


ମଙ୍ଗଳୁ ନାମରେ କୁକୁର

ଅଛି ଆମ ଘରେ

ସମସ୍ତଙ୍କ ପ୍ରିୟ ସେହୁ

ଆମରି ଗୄହରେ।୨।


ଜୀବନ ସାଥୀଟି ମଙ୍ଗଳୁ

ଅଚିହ୍ନାକୁ ରାବେ

କରେ ସୁରକ୍ଷିତ ଗୄହକୁ

ରକ୍ଷା କରେ ରାବେ।୩।


ଦିନରେ ଆରମ ତାହାର

ଅନିଦ୍ରା ଟି ରାତ୍ରେ

ଜୀବନ ସଙ୍ଖାଳି ସେହୁଟି

ଦେଖୁ ଅଛି ନେତ୍ରେ।୪।


ଜୀବନ ଯାତ୍ରାରେ ନାହାଁନ୍ତି

ମଙ୍ଗଳୁ ହିଁ ମିତ୍ର,

ଦେଇ ଥିଲେ ନାମ ବାପାହିଁ 

ମିତ୍ରର ସେ ମିତ୍ର।୪।


ଗେହ୍ଲା କରୁ ଥାଏ ଛୁଆଙ୍କୁ

ଦୁଷ୍ଟାମୀଟି ନାହିଁ

ମଙ୍ଗଳୁ ମଙ୍ଗଳୁ ଡାକନ୍ତି

ପ୍ରେମପୂର୍ଣ୍ଣ ତହିଁ।୫।


କୁକୁର ଠାରୁହିଁ ବିଶ୍ବାସ

ନ କରିବ କାରେ

ବିଶ୍ବାସ ପାତ୍ରହିଁ କୁକୁର

ଜୀବନ ଯାତ୍ରାରେ।୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational