STORYMIRROR

Manas Ranjan Nayak

Classics Inspirational

4  

Manas Ranjan Nayak

Classics Inspirational

ବିଶ୍ବାସ ରେ ବାଧା

ବିଶ୍ବାସ ରେ ବାଧା

1 min
486

ଅତଳ ସାଗରତଳେ ଆସେ ଜୁଅାର ଅତର୍କିତ

ରକ୍ତାକ୍ତ କଳହପୁର୍ଣ୍ଣ ସମାଜ ଆଜି ବିକଶିତ

ଅଗ୍ନି ଦାହେ ସମାହିତ ସୀତାଙ୍କ ସତୀତ୍ୱ

ବୁଭୁକ୍ଷୁ ବି ଗଢିପାରେ ବିଶାଳ ବ୍ଯକ୍ତିତ୍ବ ।


ଜ୍ବଳନ୍ତ ନିଦାଘେ ପୁଣି ହେମ ବ୍ରୂଷ୍ଟିପାତ

ଅଧର୍ମୀ କରଇ ଉତ୍ପାତ ଆଜି ନ୍ଯାୟ ପକ୍ଷପାତ

ଅଙ୍କାବଙ୍କା ଜୀବନେ ଆସେ କେତେ ଘାତ ପ୍ରତିଘାତ

ତଥାପି ଜିଇଁବାକୁ ହୁଏ ହସି ହସି ଅବିରତ ।


ଆହ୍ଲାଦିତ ଅମ୍ବରରେ ତାରାଟିଏ ନିର୍ଲିପ୍ତ

କୃଷକ ଆନ୍ଦୋଳନ ପୁଣି ଆଜି ପ୍ରତିଧ୍ୱନିତ

ନାରୀ ଶିକ୍ଷା,ନାରୀ ସଶକ୍ତିକରଣ ହୁଏ ଚତୁର୍ଦ୍ଦିଗ ଗୁଞ୍ଜରିତ

ପରୀ ପରି କେତେ ପରୀ ଦୈନିକ ନିଷ୍ପେଷିତ ।


କ୍ଷୁଦ୍ରାତି ବୀଜରୁ ଦିନେ ମହାଦ୍ରୁମ ସଂଚରିତ

ପିତାମାତା ଅବଦାନ ଆଜି ସଂସାରୁ

ଧ୍ୟାନ ଯୋଗ ଦାନ କରି ଆତ୍ମା ପ୍ରସାରିତ

କାମାଗ୍ନି ଲାଳସା ଆଗେ ଚେତନା ସମର୍ପିତ ।


ଦେଶ ପ୍ରେମେ ଜୁଡୁବୁଡୁ ହେଲା କୁନି ବାଜିଆର ରକ୍ତ

ଖଲିସ୍ଥାନ ଗଠନରେ ଆଜି କୋଟିଏ ଉଦ୍ୟତ

ଗାଁ ମୁଣ୍ଡ ବରଗଛ ଡାଳେ ପାଳଭୂତ ଏଜାଏଁ ବିସ୍ମୃତ ଜିବୀତ

ଦରିଦ୍ର ଅପଢା ଅଛୁଆଁ ରମା ହୁଏ ଏବେବି କୁତ୍ସିତ ।


ଆହ୍ବାନ୍ ମାତ୍ରକେ ସେନା ଏଲଓସି ରେ ତୈନାତ

ଲକ୍ଷେ ପୁଲ୍ଓ୍ବାମା ତ୍ରସ୍ତ ହୁଏ ଜିତିଯାଏ ଜାତୀୟ ସଙ୍ଗୀତ

ଶୋଭାଯାତ୍ରା କରତାଳି ରେ ଆମ ଗଣତନ୍ତ୍ର ମଜବୁତ

ପେଟ ପାଇଁ ଶେଷରେ ସେ ଦାଦନ ଖଟିବାକୁ ପ୍ରସ୍ତୁତ ।



Rate this content
Log in

Similar oriya poem from Classics