Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

4  

Chittaranjan Nanda

Inspirational

ବିଶ୍ବ ସାକ୍ଷରତା ଦିବସ ଅବସରେ

ବିଶ୍ବ ସାକ୍ଷରତା ଦିବସ ଅବସରେ

1 min
231



ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖଟିକୁ

ଏହି ବିିଶ୍ୱରେ

ପାଳନ କରୁଛେ ବିଶ୍ବ ସାକ୍ଷରତା 

ଦିବସ ରୂପରେ।


ବିଶ୍ବରେ ସାଢ଼େ ୭୭ କୋଟି ଜନତା 

ନିରକ୍ଷର ଅଛନ୍ତି

ପ୍ରତି ପାଞ୍ଚ ଜଣରେ ଜଣେ ନିରକ୍ଷର 

ପରା ରହିଛନ୍ତି ।


ବିଶ୍ୱର ବହୁ ଗରିବ ନିରକ୍ଷର ଅକୁହା

 ମନର ଭାଷା

ରଖିଛନ୍ତି ସାକ୍ଷରତା ପାଇଁ ନିଜ ବିକାଶ

 ପଥର ଆଶା ।


ସ୍ବାକ୍ଷର ହୋଇ ଆଗକୁ ବଢିବେ ଏହା 

ଉନ୍ନତିର ସିଡ଼ି ଚଢି

ନୂଆ ସମାଜ ଗଢିବେ, ବଦଳିବାର ଆଶା 

ତାଂକ ସ୍ୱପ୍ନର ବାଡି ।


ସେ ପ୍ରାଣର ନବ ଆଶା ଦିଗର ଏହି 

ନୂଆ ଚିନ୍ତାଧାରା

ଆନନ୍ଦ ବଦଳରେ ସେମାନଂକର ବହେ

ଆଜି ଲୁହ ବର୍ଷାଧାରା ।


ଆମ ସମ୍ବିଧାନର ଏକ ମୌଳିକ ଧାରା 

ଶିକ୍ଷା ପାଇବାର

ଶିକ୍ଷାରେ ଆଲୋକିତ ହୋଇଛନ୍ତି କି 

ଯେତେ ନିରକ୍ଷର ।


ଛାତି ତଳେ ଗୁମ୍ଫିତ ଅଛି ତାଂକର ମନରେ

 ଅୟୁତ ବେଦନା 

ତାଂକ ଭାବ କିଏ ବୁଝିବ ନଥିଲେ ମନରେ

ମଣିଷତ୍ୱର ଚେତନା ।


ହିମାଚଳ-ଗିରି-ମୁକୁଟ-ଶୋଭିନୀ ଏଇ 

ମୋ ଦେଶ ମହାନ 

ବୈତରଣୀ,ଗଙ୍ଗା ପତିତ-ପାବନୀ 

ସାଗର ଧୁଏ ତାର ଚରଣ ।


ହିନ୍ଦୁ, ମୁସଲିମ, ଜୈନ, ଖ୍ରୀଷ୍ଟିୟାନ ଭେଦଭାବ

ନାହିଁ ସର୍ବେ ଅଟନ୍ତି ସମାନ 

ଗାନ୍ଧି, ଗୋପବନ୍ଧୁ, ନେହେରୁ, ସୁଭାଷ କୋଳେ 

ଧରି ଆମେ ହୋଇଛେ ଧନ୍ୟ ।


ଧରମା, ବାଜି ରାଉତ,ଖୁଦୀରାମ ହସି ହସି 

ଦେଲେ ଦେଶ ଲାଗି ପ୍ରାଣ

ବୀର-ପ୍ରସବିନୀ ମାଆ ଆମର, ନିରକ୍ଷରତା

ଆମେ ଦୂର କରିବା ଜାଣ ।


ପୁସ୍ତକ ଦାନ କରି ପାଠାଗାର କରି ଏହି ଦିବସକୁ 

ଆମେ ପାଳନ କରିବା 

ଆସ ମୋର ଭଉଣୀ ଭାଇ, ଲାଗି ପଡି ପଢ଼ିବା ଓ 

ଶିଖିବା ପାଇଁ ପ୍ରୋତ୍ସାହନ ଯୋଗାଇବା ।



Rate this content
Log in

Similar oriya poem from Inspirational