STORYMIRROR

Pratima Satpathy

Inspirational

4  

Pratima Satpathy

Inspirational

ବିଶ୍ବ ମହିଳା ଦିବସ

ବିଶ୍ବ ମହିଳା ଦିବସ

1 min
311

ନାରୀର କୋଳରୁ ଜନମ ନେଇଛ 

    ନାରୀଙ୍କୁ ଦିଅ ସମ୍ମାନ 

ଯେଉଁଠି ନାରୀଙ୍କୁ ସମ୍ମାନ ମିଳଇ

    ସେଠି ଥାନ୍ତି ଭଗବାନ ।


ମହିଳା ଦିବସ ପାଳନ କରନା

    କାଗଜ କଲମେ ଭାଇ

ସୁରକ୍ଷିତ ରଖ ଆଜିର ନାରୀକୁ

    ମାତୃର ସମ୍ମାନ ଦେଇ ।


କୁନି ଝିଅ ଟିଏ ଗଣ ଦୁଷ୍କର୍ମର

    ଶିକାର ହୁଏ ଯେଉଁଠି

କାହିଁକି ପାଳୁଛ ମହିଳା ଦିବସ

    ବୁଝାଇ ଟିକେ ଦେବଟି ।


ମୁଁହରେ କହିବା କଥାକୁ ସମସ୍ତେ

    କାମରେ ଦେଲେ ଲଗାଇ

ରାମରାଜ୍ୟ ଟିଏ ପାଲଟି ଯାଆନ୍ତା

   ଆମରି ଓଡିଶା ଭୂଇଁ ।


କୁନ୍ଦୁଲି ପୀଡ଼ିତା, ଇତିଶ୍ରୀ, ବେବିନା

    ମମିତା ମେହେର , ପରୀ,

ହୁଅନ୍ତାନି ଆଉ ବିଚିତ୍ର ଘଟଣା 

    ଧର୍ଷଣେ ବାନ୍ଧନ୍ତେ ଡୋରି ।


ଝିଅ ଟିଏ ଆଜି ରାଜରାସ୍ତା ପରେ

   ନିର୍ଭୟେ ଯାଇ ପାରୁନି

ଖଣ୍ଡା ଧାରେ ବାଟ ଚାଲୁଅଛି ସିଏ

    କିଛି ସେ କରି ପାରୁନି ।


କଳଙ୍କିତ ହେଲେ ଆତ୍ମହତ୍ୟା କରି

   ବିସର୍ଜନ ଦିଏ ପ୍ରାଣ

କାହିଁ ପାଇଁ ସିଏ ନିର୍ଯାତିତା ହୁଏ

   ଏକି ବିଧିର ବିଧାନ ।


ପୁଅ ଆଉ ଝିଅ ସମାନ ବୋଲିଣ

    ଭାଷଣ ଦିଅନ୍ତି ଯିଏ

କଥାରେ ଗୋଟିଏ କାମରେ ଗୋଟିଏ

    କରନ୍ତିରେ ଭାଇ ସିଏ ।


ଓଡ଼ିଆ ଭାଷାର ଉନ୍ନତି କରିବା

    କଥାରେ ଖାଲି କହନ୍ତି 

ନିଜ ପିଲାକୁ ସେ ଇଂରାଜୀ ଭାଷାରେ

   ଭାଷଣ ଦିଅ କହନ୍ତି ।


କାହାକୁ କହିବ କିଏ ସେ ବୁଝିବ

   ନ କହିବା ଅଟେ ଭଲ

ପ୍ରଭୁ ଜଗନ୍ନାଥ କରନ୍ତୁ କରୁଣା

   ବିଶ୍ବ ବାସି ଥାନ୍ତୁ ଭଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational