STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ବିଶ୍ବ ଗୁରୁ ପରି ଭାଷଣ

ବିଶ୍ବ ଗୁରୁ ପରି ଭାଷଣ

1 min
345

    


ବିଶ୍ବ ଗୁରୁ ପରି ମୋଦିଙ୍କ ଭାଷଣ


ଶୁଣୁ ଥିଲେ କର୍ଣ୍ଣ ଡେରି,


ଗଣତନ୍ତ୍ର ଅଟେ ଜନନୀ ଭାରତ


ଜନସେବା ସର୍ବୋପରି।୧।


ଗଣତନ୍ତ୍ର ମୂଲ୍ୟ ରଖିଛି ଭାରତ


ଜନତା ହିଁ ସର୍ବୋପରି,


ଚାୟବାଲା ଆଜି ପ୍ରଧାନ ଦେଶର


ଗଣତନ୍ତ୍ର ଲାଭକାରୀ।୨।


ଗଣତନ୍ତ୍ର ମୂଲ୍ୟ ରଖିବାକୁ ହେବ


ଅନ୍ତୋଦୟ ଆଗ କରି,


ତାଙ୍କରି ଉନ୍ନତି ତାଙ୍କରି ବିକାଶ


ମନ୍ତ୍ର ଗଣତନ୍ତ୍ର ଧରି।୩।


ଆଫଗାନିସ୍ତାନେ ଦୟନୀୟ ସ୍ଥିତି


ଚିନ୍ତା ମଗ୍ନ ଆଜି ବିଶ୍ବ,


ନିଜ ସ୍ବାର୍ଥ ପାଇଁ ପ୍ରୟୋଗ ନ ହେଉ 


ଆତଙ୍କିତ ନହୁ ବିଶ୍ବ।୪।


ରାଜନୀତି ଟୁଲ ନ ହେଉ ସେଠାରେ


ଆତଙ୍କିର ସ୍ଥାନ ନହୁ,


ନହୁ ଅନ୍ୟ ସ୍ଥାନ ଆତଙ୍କି ଶିକାର


ରାଜନୀତି ଟୁଲ ନହୁ।୫।


ବିସ୍ତାରବାଦୀର କାର୍ଯ୍ୟ ନହୁ ଵିଶ୍ବେ


ଜନହୀତେ କାର୍ଯ୍ୟ ହେଉ,


ମନ୍ତ୍ର ସାହାଯ୍ୟର ଗୁଞ୍ଜୁ ବିଶ୍ବ ମଧ୍ୟେ


ସୁଖୀ ସମ୍ପନ୍ନଟି ହେଉ।୬।


ସମୁଳ ବିନାଶ ଆତଙ୍କବାଦୀଙ୍କ


ବିଶ୍ବ ହୀତେ ତାହା ହେଉ,


ଆତଙ୍କ ଜନନୀ ଦେଶ ଟିକୁ ମଧ୍ୟ


ଦଣ୍ଡିତ କଠୋର ହେଉ।୭।


ସୁରକ୍ଷିତ ହେଉ ଆମ ପରିବେଶ


ସୁରକ୍ଷିତ ହେଉ ବିଶ୍ବ,


ଗରୀବ କଲ୍ୟାଣ ମହାମନ୍ତ୍ର ହେଉ


ଜନହୀତେ ରହୁ ବିଶ୍ବ।୮।


ଏକତ୍ରିତ ହୋଇ ଲଢିବା ସମସ୍ତେ


କୋରନାର ରୋଗ ପାଇଁ,


ଏକ ଆରକକୁ ସାହାଯ୍ୟ କରିବା


ଜନତା କଲ୍ୟାଣ ପାଇଁ।୯।


ଆଫଗାନିସ୍ତାନେ ମହିଳା ବାଳକ


ହିନ୍ଦୁ ଶିଖ୍ ଅନ୍ୟ ଜାତି,


ଜରୁରୀ ସାହାଯ୍ୟ ତାଙ୍କ ପାଇଁ ଏବେ


କରିବା ନିଶ୍ଚୟ ନୀତି।୧୦।


ବିଶ୍ବ ଗୁରୁ ପରି ମୋଦିଙ୍କ ଭାଷଣ


ଶୁଣୁ ଥିଲେ କର୍ଣ୍ଣ ଡେରି,


ଗଣତନ୍ତ୍ର ଅଟେ ଜନନୀ ଭାରତ


ଜନସେବା ସର୍ବୋପରି।୧୧।



Rate this content
Log in

Similar oriya poem from Abstract