STORYMIRROR

SARATA KUMAR DAS

Abstract

2  

SARATA KUMAR DAS

Abstract

ବିଶ୍ବ ବିଜୟୀ

ବିଶ୍ବ ବିଜୟୀ

1 min
129

ଧରାରେ ସୁଖ୍ୟାତି ଅରଜିଲ କେତେ

ଭ୍ରମିଲ ଦେଶକୁ ଦେଶ,

ଭାରତ ମାଟିର ଯଶ ଗଉରବ

ଛୁଇଁଲା ନୀଳ ଆକାଶ 

ନରେନ୍ଦ୍ର ନାମେ ବିଦିତ,

ବିଶ୍ବ ଦରବାରେ ରଖିଗଲ ଟେକ

ଗାଇଲ ପୀରତି ଗୀତ


ଅଠରଶହ ତେଷଠି ଜାନୁଆରୀ 

ବାର ତାରିଖଟି ଜାଣ,

କଲିକତା ଠାରେ ଜନମ ହୋଇଲ

ହସିଉଠିଲା ତ ଦିନ

କଲ କେତେ ନିବେଦନ,

ସେନହ ମମତା ଡୋରରେ ବାନ୍ଧିଲ

କୋଟି ଜନତାଙ୍କ ମନ


ଯୁବକଙ୍କ ମନେ ଶକତି ଭରିଲ

ଦେଶ ଗଠନର ପାଇଁ ,

କାନେ କାନେ ତମେ କହିଲ ବୁଝାଇ

ନିଦ ଭାଙ୍ଗି ଉଠ ଚେଇଁ

ଭୁଲିବାକୁ ହିଂସା ରାଗ,

ସଭିଙ୍କ କାନରେ ବାରତା ଦେଲ ଯେ

ମାଆ ମାଟି ଆମ ସ୍ବର୍ଗ


ପହଂଚିଲ ଯାଇଁ ଚିକାଗୋ ସହର

ଦେଶ ଆମେରିକା ପୁଣ,

ଭାଇଚାର ଭାବ ବଢାଇଲ ଯେତେ

ଦେଇ ଯେ କେତେ ଭାଷଣ

ହେ ବିଶ୍ବ ବିଜୟୀ ଘେନ,

ଆମେ ଟିକି କଢି ଅଜାଡି ଦେଉଛୁ

କୋଟି କୋଟି ସନମାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract