STORYMIRROR

Prasanta Kumar Behera

Romance

3  

Prasanta Kumar Behera

Romance

ବିଶ୍ୱସୁନ୍ଦରୀ

ବିଶ୍ୱସୁନ୍ଦରୀ

1 min
215

ତମ ପାଇଁ ପ୍ରଶ୍ନ ନାହିଁ କିଛି 

ତମେ ପ୍ରୀତିମୟ ଉତ୍ତର

ତମ ପାଇଁ ଲୋଡ଼ା ନାହିଁ କିଛି କୁଟୀକମ  

ତମେ ସ୍ୱୟଂ ଚାରୁ ଅଳଙ୍କାର


ତମ ପାଇଁ ଅଛି ଏକ ସିଂହାସନ

ମୋ ହୃଦୟ ଅଳିନ୍ଦେ

ପ୍ରେମ ପୁଷ୍ପ ସମର୍ପିଵି 

ତମ ପାଦ ଅରବିନ୍ଦେ


ତମ କଣ୍ଠେ ଦେବି ମାଳା

ତୋଳି ପ୍ରେମର ଗୋଲାପ 

ତମ ସ୍ୱର୍ଣ୍ଣ ମସ୍ତକରେ ଦେବି 

ମୋ ପ୍ରେମର ପବିତ୍ର ପ୍ରଲେପ


ତମ ରୂପକାନ୍ତି ଅତୁଲ୍ୟ

ଅନ୍ୟ କା'ର ମୂଲ୍ୟାୟନ

   ଲୋଡ଼ା ନାହିଁ ଜମା

ତମେ ମୋ ବିଶ୍ୱସୁନ୍ଦରୀ

    ପ୍ରିୟା ରାଜଜେମା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance