Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Action Classics

4  

Chittaranjan Nanda

Abstract Action Classics

ବିଶ୍ୱ ଶାନ୍ତି ସହାବସ୍ଥାନ

ବିଶ୍ୱ ଶାନ୍ତି ସହାବସ୍ଥାନ

1 min
287


ବିଶ୍ଵ ରାଜନୀତି ଏବଂ ପ୍ରତି ଜାତୀୟ 

ଅର୍ଥନୀତି ବର୍ତ୍ତମାନ ସମୟର

ଏକାବେଳେକେ ସଂଯୋଜିତ ପୃଥିବୀର 

ସମସ୍ତ ଦେଶ ମଧ୍ୟେ ଦେଶର ।


ଯଦି ବିଶ୍ୱରେ ଯୁଦ୍ଧ ସହିତ ସମ୍ବନ୍ଧ ନାହିଁ 

ସାଧାରଣ ଭାରତୀୟ ମାନଙ୍କର 

ତେବେ ଭୁଷୁଡ଼ି ପଡ଼ୁଛି କାହିଁକି କୁହ ଆଜି 

ଭାରତୀୟ ସେୟାର ବଜାର ।


ଜାଣିଛେ, ତୈଳ ଏବଂ ଗ୍ୟାସ୍ ତ ପ୍ରମୁଖ

ଭୂମିକା ଗ୍ରହଣ କରେ

ନିଶ୍ଚିତ ବିଶ୍ଵ ମୁଦ୍ରାସ୍ଫୀତି ଏବଂ ଭାରତୀୟ 

ମୁଦ୍ରାସ୍ଫୀତି ବଢ଼ିବାରେ ।


ଅଶୋଧିତ ତୈଳ ଆମଦାନୀକାରୀ ରାଷ୍ଟ୍ର 

ହେଉଛି ଭାରତ ଆମର

ୟୁକ୍ରେନ ଦେଇ ଯାଇଛି ଭୂତଳ ତୈଳ ଏବଂ 

ଗ୍ୟାସ୍ ପାଇପ୍‌ଲାଇନ ଋଷ୍‌ର  ।


ଯୁଦ୍ଧ ଫଳରେ ମୂଲ୍ୟବୃଦ୍ଧି ଘଟିଛି ବ୍ୟାରେଲ୍ 

ପିଛା ଶହେ ଡ଼ଲାର

ବିଶ୍ୱରେ ଏହା ଗତ ଦଶ ବର୍ଷର ସର୍ବାଧିକ 

ମୂଲ୍ୟ ଅଶୋଧିତ ତୈଳର ।


ଯେତେବେଳେ, ମୁଦ୍ରାସ୍ଫୀତି ଆବଶ୍ୟକତାରୁ 

ଅଧିକ ବଢ଼ିଥାଏ, 

ତାହା ସର୍ବଦା ବ୍ୟାଙ୍କ୍ ଏବଂ ସାଧାରଣ ବର୍ଗଙ୍କୁ 

ପ୍ରଭାବିତ କରିଥାଏ ।


ଆବହମାନ କାଳରୁ ଆମେରିକା ଶାନ୍ତି ନାମେ

କରିଛି ନିଜ ସ୍ୱାର୍ଥ ସାଧନ

ବଡ ବଡ ଶାନ୍ତିର ଭାଷଣ ଆଧୁନିକ ଶତାବ୍ଦୀର 

ସବୁଠାରୁ ବଡ଼ ପ୍ରହସନ ।


ଉନ୍ନତ ଓ ଅତି ଶକ୍ତିଶାଳୀ ରାଷ୍ଟ୍ର ମାନଙ୍କ ଅତ୍ୟନ୍ତ

ସ୍ୱେଚ୍ଛଚାରିତାରେ 

ପ୍ରଗତିଶୀଳ ରାଷ୍ଟ୍ର ଭାରତ ଉନ୍ନତ ହେବାର ସ୍ଵପ୍ନ  

ଉତ୍ପୀଡ଼ିତ ହେଇ ଆସୁଛିରେ ।


ଗୋଟିଏ ଦେଶର ଅବସ୍ଥା, ସମଗ୍ର ବ୍ୟବସ୍ଥାକୁ

ଭାଙ୍ଗିଦେଇ ପାରେ

ଏ ପରିସ୍ଥିତିରେ କାହାରି ପକ୍ଷ ନନେବା ମଧ୍ୟ 

ପକ୍ଷପାତ ହୋଇ ପାରେ ।


ଯୁଦ୍ଧରେ ଯଦି ସବୁଠାରୁ କେହି କ୍ଷତିଗ୍ରସ୍ତ ହେବ 

ତାହା ତ ଭାରତ  

ମୁଁ ଆଶା କରୁଛି, ବୁଝି ବିଚାରି ପଦକ୍ଷେପ ନେବେ

ଆମର ନେତୃତ୍ୱ ।


Rate this content
Log in

Similar oriya poem from Abstract