STORYMIRROR

Anita Dash

Abstract

3  

Anita Dash

Abstract

ବିଶ୍ୱ ସେବିକା ଦିବସ ଅବସରରେ

ବିଶ୍ୱ ସେବିକା ଦିବସ ଅବସରରେ

1 min
11.8K

ବିଶ୍ୱ ସେବିକା ଦିବସ ଅବସରରେ

ପରମାତ୍ମା ଅଂଶ ଆତ୍ମା ରୂପେ

ସର୍ବ ପ୍ରାଣୀର ଶରୀରେ ସ୍ଥିତ,

ମାନବ ସେବା ହିଁ ଈଶ୍ବରଙ୍କ ସେବା

ସର୍ବ ଧର୍ମ ସହମତ।

ଦୁର୍ଦ୍ଦିନେ ଦୁଆର ରୁଦ୍ଧ କରି ପ୍ରଭୁ

ପରୋକ୍ଷେ ଦେଲ ଚେତେଇ,

ଚଳନ୍ତି ଈଶ୍ବର ଚିକିତ୍ସକ ସେବିକା

ମହୀରେ ଅଛନ୍ତି ରହି।

ପଛେ ଛାଡି ପ୍ରିୟ ସ୍ୱ ପରିବାର

ବନ୍ଧୁ ଆତ୍ମୀୟ ସ୍ଵଜନ,

ଲକ୍ଷ ଲକ୍ଷ ପ୍ରାଣୀ ଜୀବନ ଦାନରେ

ବ୍ରତୀ ତୁମେ ପ୍ରତି କ୍ଷଣ।

ରୋଗୀଙ୍କ ପ୍ରଶ୍ୱାସେ ପ୍ରାଣ ଭରିବାର

ପ୍ରୟାସ ରେ ରାତି ଦିନ,

ପ୍ରକାରାନ୍ତେ ନିଜ ନିରୀହ ଜୀବନ

କରି ଆସୁଛ ବିପନ୍ନ।

ଆହେ ମୂଢ ହୁଅ ସଚେତନ

ଯିଏ ପୂଜ୍ୟ ପୂଜାର ଯୋଗ୍ୟ,

ତାଙ୍କୁ ଦୁର୍ବ୍ଯବହାର ଦୈହିକ ଯାତନା

ଦେଉଛ ହେ ହତଭାଗ୍ଯ।

ନିଜ ଜୀବନକୁ ତୁଚ୍ଛ ମଣି

ରୋଗୀ ସେବା ପାଇଁ ସଦା ବ୍ରତୀ,

ନମଃ ନମଃ ଶତ ନମଃ ହେ ବିଶ୍ୱର

ସମସ୍ତ ମହାନ୍ ରଥୀ ।

ଆଜି ଏ ବିଶ୍ୱ ସେବିକା ଦିବସେ

ଘେନହେ ଅଭିନନ୍ଦନ,

ଅନ୍ତରରୁ ତୋଳି କୃତଜ୍ଞତା ଫୁଲ

ତୁମ୍ଭ ପାଦେ କରୁ ସମର୍ପଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract