STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ବିଶ୍ୱ ପୃଥିବୀ ଦିବସ

ବିଶ୍ୱ ପୃଥିବୀ ଦିବସ

1 min
12K

ପ୍ରକୃତି ବନ୍ଧୁ,ଗଛ ଠାରୁ ସିନ୍ଧୁ, 

ସଭିଏଁ ଢାଳନ୍ତି ଅଦୃଶ୍ୟ ଲୁହ, 

ତଥାପି ମଣିଷ ହୋଇ ଅମଣିଷ, 

ବୁଡିଛି ଅଜ୍ଞାନତିମିରେ ମିଛ ଖାଲି, 

ମାୟା ମୋହରେ ପଡି ଅନ୍ୟର, 

ବୁଝୁନି ଦୁଃଖ କଷ୍ଟ,ଯନ୍ତ୍ରଣା ଲୁହ, 

ପକ୍ଷୀଟିଏ ହଉ, ପଶୁ ଟିଏ ହଉ, 

 ଆଖିରଭାଷା କିଏସେ ପଢିଛି କୁହ. 

ମୋର ଆଉ ମୁଁ ର ସ୍ୱାର୍ଥରେ ଅନ୍ଧ, 

ମଣିଷ କରେ ଉପହାସ ଅଟ୍ଟହାସ୍ୟ, 

ଜୀବନ ହେଲାଣି ଦୁର୍ବିସହ,ହସେ, 

 ରାକ୍ଷାସ, ଜୀବାଣୁ ଭୁତାଣୁ ଭୟ, 

ସୁନାମି ମହାବାତ୍ୟା, ମହାମାରୀ, 

ପ୍ରକୃତି ଦିଏ ପଠିଆଇ, କଣ ଆଉ, 

ବାକି ଅଛି ଦେଖିବାକୁ ତାଣ୍ଡବ କୁହ. 

ଆସ ଆସ ଭାଇ ଅମାନିଆ ନହୋଇ, 

ବୁଦ୍ଧି ଜ୍ଞାନ ବିକଶିତ କରାଇ ସୁସ୍ଥ ରହି, 

ସୁସ୍ଥ ରଖିବା ପରିବେଶ ଆମ, କୁହ, 

ଜୟ ଯବାନ, ଜୟ କିସାନ, ଜୟ, 

ସହାୟକ, ସରକାର ସଚେତକ ଜୟ, 

ସଙ୍ଗରୋଧ ସମୟେ ସୂର୍ଯ୍ୟ, ଚନ୍ଦ୍ର ତାରା, 

କର୍ତବ୍ୟ କରନ୍ତି ଯେମିତି ଶିଖିବା ସେମିତି, 

ଗଛଟିଏ ଅନ୍ତତଃ ଲଗେଇ ଏଇ ଦିବସର, 

ରଖିବା ତାତ୍ପର୍ଯ୍ୟ, ପ୍ରକୃତି ବନ୍ଧୁ ସାଜିବା, 

ଜୟ ଭାରତ ଜୟ, ଜୟ ପୃଥିବୀ ଜୟ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract