STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ବିଶ୍ଵ ନିୟନ୍ତା ହେ

ବିଶ୍ଵ ନିୟନ୍ତା ହେ

1 min
12.3K

ଜଗନ୍ନାଥ ଜଗତ ପିତା

ଜଣାଣ କରଇ ତୋ ଦାସାନୁଦାସ

ଶୁଣଥରେ ମୋର‌ ଦୁଃଖ ବାରତା ।।


ମୋ ‌ନୟନୁ ଲୋତକ ଧାର 

ଅବିରତ ଝରେ ଠାକୁର

ଅଧା ବାଟ ଟାରେ ଦଗା ଦେଇ ତୁମେ 

ବଢାଇ ଦେଇଛ ମୋ ମନେ ଚିନ୍ତା

ଜଗବନ୍ଧୁ ଜଗତ ପିତା… ।।


ଭାସିଯାଏ ଭବସାଗରେ 

ଅକାତକାତ ଜଳଧିରେ

ନାହିଁ କେହି ସାହା ଭରଷା ମୋ ପାଇଁ

ଜୀବନ ଵୋଇତ ଭାଗ୍ୟ ବିଧାତା

ଜଗବନ୍ଧୁ ଜଗତ ପିତା… ।।


ବେଳୁ ବେଳ ହୁଏ ପ୍ରବଳ 

ଜଳାଉଛି ଜଞ୍ଜାଳ‌ଜାଳ

ଅଗତ୍ୟା ପଦାବ୍-ଜେ ଶରଣ ମାଗୁଛି

ତୁମେ ପରା ମୋର ତ୍ରାଣ କରତା

ଜଗବନ୍ଧୁ ଜଗତ ପିତା… ।।


ଛନ୍ଦାପଦ ସେବାକାରୀ ମୁଁ

ପାସୋରିବ ନାହିଁ ହେ ମନୁ 

ଦୀନ ହୀନ କବି ପ୍ରଫୁଲ୍ଲ ମାଗୁଣି

ମୁକ୍ତିକାମି କର ମୁକତି ଦାତା

ଜଗବନ୍ଧୁ ଜଗତ ପିତା… ।।


ଫେଡ ବାରେ ଏ ଭବ ଚିନ୍ତା

ଚିନ୍ତାମଣି ଅନନ୍ତା ପିତା

ଦୀନବନ୍ଧୁ ଦୁଃଖୀ ସଙ୍ଗାତ ମୋ ବନ୍ଧୁ 

ନୀଳାଦ୍ରି ବିହାରୀ ବିଶ୍ଵ ନିୟନ୍ତା

ଜଗବନ୍ଧୁ ଜଗତ ପିତା… ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract