STORYMIRROR

BISWESWAR MAJHI

Abstract

2  

BISWESWAR MAJHI

Abstract

ବିଶ୍ୱ ମାତୃଭାଷା ଦିବସ

ବିଶ୍ୱ ମାତୃଭାଷା ଦିବସ

1 min
2.8K

ଫେବୃଆରୀ ଏକୋଇଶ ବିଶ୍ୱ ପାଳେ ମାତୃଭାଷାର ଦିବସ

ମାତୃଭୂମି ମାତୃଭାଷାର ପୂଜନ ମାନବ ଗୁଣ ବିଶେଷ

ଦେବ ଭାଷା ଆମ ସଂସ୍କୃତ ଯହିଁ ଭାରତୀୟ ଆର୍ଯ୍ୟ ଭାଷା

ତହିଁରୁ ଉତ୍ପନ୍ନ ନିକଟତମ ସେ ଆମରି ଓଡିଆ ଭାଷା

ଅକ୍ଷର ତାହାର ଗୋଲେଇ ଗୋଲେଇ ସୁନ୍ଦର ତା'ର ଶୀରି

ହିନ୍ଦି ବଙ୍ଗଳା ଅହମିୟା ସହ ସାମଞ୍ଜସ୍ୟ ଅଛି ଭାରି

ଗୁଜୁରାଟୀ ସିନ୍ଧି ପଞ୍ଜାବୀ ତେଲୁଗୁ କନ୍ନଡ ମାଲାୟାଲି 

କିଛି କିଛି ଶବ୍ଦ ସବୁଠି ମିଳିବ ତୁଳନା ନ ଯିବ ଖାଲି

ସ୍ୱର ବ୍ୟଞ୍ଜନର ସମାହାର ଳ ଲ ବ ବ ଅଛି

ଶ ଷ ସ ତାଲବ୍ୟ ମୁର୍ଦ୍ଧନ୍ୟ ଦନ୍ତ୍ୟ ସଜାଡି ରହିଛି

ପାଲି ପ୍ରାକୃତ ର ଅପଭ୍ରଂଶ ହୋଇ ଆଧୁନିକ ରୂପେ ଯୋଶା

 ମିଷ୍ଟ ଭାଷା ବୋଲି ପ୍ରଶସ୍ତି ରହିଛି ବହୁ ପ୍ରାଚୀନ ଏ ଭାଷା

ବ୍ୟାକରଣ ଆମ ସରଳ ସହଜ ତିନି ଲିଙ୍ଗ ଦ୍ୱିବଚନ

ବୁଝିବାକୁ ମନେ ରଖିବାକୁ ଅତି ସହଜ ଏ ଭାଷା ଜାଣ

ଘରେ ବାପା ମାଆ ହୀନମନ୍ୟ ଭୁଲି କହିବା ଅଭ୍ୟାସ କଲେ

ପିଲାଏ ଶିଖିବେ ଦରୋଟି କଣ୍ଠରେ ବା ବା ମା ମା ଭଲେ

ପୂଜା ପାଠ ହୋମ ମନ୍ତ୍ର ଉଚ୍ଚାରଣ ସାଙ୍ଗ ସାଥି ମେଳ ହେଲେ

ଭାଷା ଉଚ୍ଚାରଣ ସହଜ ହୋଇବ ନ ହୁଏ ବିଜନ ବେଳେ

ଅଧିକ ଭାଷାରେ ପାଣ୍ଡିତ୍ଯ ଆମର ଗଉରବ ଗାଥା ଜଣା

ନିଜ ମାତୃଭାଷା ଅଣଦେଖା କଲେ କେଉଁ ପଉରୁଷେ ଗଣା

ଆପଣା ଭାଷାରେ ଲେଖିଲେ ପଢିଲେ ଆପଣା ସଂସ୍କୃତି ଶିକ୍ଷା 

ଅନ୍ୟ ଭାଷା ଯଦି ସ୍ୱଧର୍ମ ହୋଇବ ସଂସ୍କୃତି ହେବ କି ରକ୍ଷା

ସଂସ୍କୃତି ସମ୍ପର୍ଣ୍ଣ ଭାଷାକୁ ଆମର ଆଗକୁ ନବଢାଇଲେ 

ଲୋପ ପାଇଯିବ ଅଚୀରେ ଭାଷାଟି ସଂସ୍କୃତ ଭାଷା ତୁଲେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract