STORYMIRROR

Narayan chandra Senapati

Inspirational

4  

Narayan chandra Senapati

Inspirational

ବିଶ୍ୱକପ କ୍ରିକେଟ

ବିଶ୍ୱକପ କ୍ରିକେଟ

1 min
407


ସମ୍ପ୍ରତି ସମୟେ କ୍ରୀଡା ଜଗତରେ

ଛୁଟାଏ ଅପୂର୍ବ ରୋଳ

ପ୍ରତି ମୁହୂର୍ତ୍ତରେ ବିଶ୍ୱକୁ ସ୍ପଂଦାଏ

ନାମ ତା କ୍ରିକେଟ ଖେଳ ।୧।


ସ୍ୱପ୍ନ ଆକାଶରେ ଆଙ୍କିଲେଣି ସବୁ

ବିକୟର ରବି ଛବି

ଆଗାମୀ ସମରେ କୌଶଳେ ଲଢ଼ିବେ

ବିଶ୍ୱକପ କଥା ଭାବି  ।୨।


ଖଂଜୁଛି କିଏ ସେ ଦୁର୍ଦ୍ଧର୍ଷ ବୋଲର

ଗଢୁଛି କେ ବ୍ୟାଟ୍ସମ୍ୟାନ

ଶିଖାଉଛି କିଏ ଫିଲ୍ଡିଂ ନିପୁଣତା

ସତେ ବୀର ହନୁମାନ ।୩।


ଅଣ୍ଡାକୃତି ସେହି ବିଶାଳ ପ୍ରାନ୍ତର

କରିବ କେ ସଙ୍କୁଚିତ

ଛକ୍କା ଚଉକାକୁ ବର୍ଷଣ କରିବ

ପ୍ରହାର କରି ନିର୍ଘାତ  ।୪।


କିଏ ଭାବୁଛି ମୁଁ ଘୁରାଇବି ବଲ

କିଏ ଫିଙ୍ଗିବ ପ୍ରଖର

ଆଉଟ କରି ସେ ବାହାବା ସଞ୍ଚିବ

ଜିତିବ କ୍ଷୀପ୍ର ତତ୍ପର ।୫।


ଭାବୁଛି ବୋଲର ଭାଙ୍ଗିବ ୱିକେଟ

ପିନ୍ଧିବ ରଙ୍ଗୀନ କ୍ୟାପ

ବ୍ୟାଟ୍ସମ୍ୟାନ ଭାବେ ସେଂଚୁରୀ ଉଡାଇ

ଆଙ୍କିବ ଜଟିଳ ମ୍ୟାପ ।୬।


ଦଳଗତ ଭାବେ ରନ ର ପାହାଡ଼େ

ରଚିବ ତାହାରି ନାମ

ଭାବିଲାଣି କିଏ ୱିକେଟ ଖସାଇ

ରନ କରାଇବ କମ୍  ।୭।


ବିଚିତ୍ର ପ୍ରକାର ଖେଳ ଏ କ୍ରିକେଟ

କେବେ ଟେଷ୍ଟ ଟ୍ୱେଣ୍ଟି ଟ୍ୱେଣ୍ଟି

ଏ ବିଶ୍ୱକପ ରେ ସଂଘର୍ଷ ଚାଲିବ

ଖେଳିବେ ଫିଫ୍ ଟି ଫିଫ୍ ଟି  ।୮।


ମୋ ଦେଶ ଭାରତ ବିଶ୍ୱରେ ମହାନ 

ବୋଲିଂ ହେଉ ବା ବ୍ୟାଟିଂରେ  

କାହା ଦମ୍ ନାହିଁ ହରାଇବ ତାକୁ

ଦେଶ କି ବିଦେଶ ମାଟିରେ  ।୯।


ଏହାର ତାରକା ସବୁଠୁ ଶୀର୍ଷରେ

ପ୍ରଶଂସା ପା'ନ୍ତି ସର୍ବାଗ୍ରେ

ହେଉ ସେ ବିଦେଶୀ ଉଦ୍ଭବ କ୍ରୀଡାଟି

ମୋ ଦେଶ ସର୍ବତ୍ର ଅଗ୍ରେ ।୧୦।


ଚାତକ ପରାୟେ ଚାହିଅଛି ବିଶ୍ୱ

ଦେଖିବ ଭିନ୍ନ ନିଶାଣ

ଖେଳିବା ପୂର୍ବରୁ ଆନନ୍ଦେ ଶୁଣିବ

(ବିଭିନ୍ନ)ଜାତୀୟ ସଂଗୀତ ଗାନ ।୧୧।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational