ବିଶ୍ୱ କଲ୍ୟାଣୀ
ବିଶ୍ୱ କଲ୍ୟାଣୀ
ରାଜା ଗୋବିନ୍ଦ ଙ୍କ ଭକତି କୁ ଦେଖି
ମାଆ ତୁ କରୁଣା କଲୁ
ଛାଡି କାଞ୍ଚି ରାଜ୍ୟ ଛାଡି ପୁରୀ ଧାମ
କେନ୍ଦୁଝରେ ବିରାଜିଲୁ ll1ll
ରାଜ ଉଆସ କୁ ମନ ମାନିଲାନି
ଶାଳ ବଣ ବାଛି ନେଲୁ
ବାରବାଙ୍କ ବାଣ ପାର ହେଲା ପରେ
ତୋ ଲୀଳା ପ୍ରକଟ କଲୁ ll2ll
ବନାନୀ ର ଶୋଭା ବିମୋହିତ କଲା
ନୁପୁର ଶବ୍ଦ ହରିଲୁ
ଭକତ ରଙ୍କୁଣୀ ତରୁ ଲଟା ମୂଳେ
ତୋ ଘଟ ସ୍ଥାପନା କଲୁ ll3ll
ଘଟ ଗାଁ ନାମ ହେଲା ସେହି ଦିନୁ
ଦେହୁରୀ ଠୁ ପୂଜା ନେଲୁ
ତୁହି ଜଗଦ୍ଧାତ୍ରୀ ଜଗତ ଜନନୀ
ତାରିଣୀ ନାମ ବହିଲୁ ll4ll
ତୋର ଇଚ୍ଛା ରେ ତୁ ଲୀଳା ଆରମ୍ଭିଲୁ
ଦେଉଳ ମୁକୁଳା କଲୁ
ଦୁଃଖ ରୋଗ ଶୋକ ହରିବା ପାଇଁ କି
ଭକତେ ଅଭୟ ଦେଲୁ ll5ll
ତୋ ନାମ ସ୍ମରଣେ ବିପଦ ଟଳଇ
ଦରଶନେ ପାପ ନେଲୁ
ମନ୍ଦାର ଶୋଭିତା ନଡ଼ିଆ ରାଣୀ ତୁ
ବିଶ୍ୱ କଲ୍ୟାଣୀ ତୁ ହେଲୁ ll6ll
