ବିଶ୍ଵ କବିତା ଦିବସ
ବିଶ୍ଵ କବିତା ଦିବସ
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
•
• ନୁହଇଁ ମୁଁ କବି କବିତା ଦିବସେ କି କବିତା ଭେଟି ଦେବି
• ରବିତଳେ କବି ଦ୍ଵୀତୀୟ ଈଶ୍ୱର ଆଙ୍କେ ସୁରୁଚିର ଛବି ।।
•
• କବିତାରେ ଆଙ୍କେ ସସାଗରାଧରା ଆକାଶ ପାତାଳ ରୂପ
• ଋଷି, ମୁନି,ଦେବ,ଗନ୍ଧର୍ବ,ରାକ୍ଷସ,ବନଭୂଇଁ ସରିସୃପ ।।
•
• କ୍ରାନ୍ତି କାରି କବି ସମାଜରେ ଯେତେ ସୁଖ, ଦୁଃଖ ର କଥା
• ମା ହୃଦୟର ଅକୁହା କାହାଣୀ ଅଭାଗିନୀ ଦୁଃଖ ବ୍ୟଥା ।।
•
• ସବୁ ଗୀତ ଚିତ୍ର ଫୁଟାଇ ଦିଅଇ ଅଲେଖା କାଗଜ ବୁକୁ
• ଚିତ୍ରିତ କରେ ଅବିକଳ ଚିତ୍ର କବିତା ରେ ଲେଖୁଲେଖୂ ।।
•
• କେତେ ଦିବଂଗତ ରାଜା, ମହାରାଜା, ସୁରବୀର ରବି ତଳେ
• ଓ୍ଉଜଲ୍ୟ ମୟ ଇତିହାସ ଗାଥା କୀରତି ବି ରଚିଥିଲେ ।।
•
• ଅବିକଳ ତାର ନକଲ କବିତା କଲମ ମୁନରେ ଆଙ୍କି
• ରଖିଦେଇଅଛି ପୁରାଣ ପୋଥିରେ ଏମାଟି ମହାନ କବି ।।
•
• ବିଚ୍ଛେଦ ,ମିଳନ ବିରହ ,ବିରହୀ ,ଅନନ୍ତ ପ୍ରେମର ଚିତ୍ର
• କବି ଲେଖନୀ ରେ ଉକୁଟି ଉଠଇ କେତେ ସମାଧାନ ସୂତ୍ର ।।
•
• କାଳଜୟୀ ଗୀତ ଲୋକକଥା ସବୁ ସମୃଦ୍ଧ ଭାଷା ସାହିତ୍ୟ
• ବର୍ଣ୍ଣିତ କରଇ ଦ୍ଵୀତୀୟ ଈଶ୍ଵର କବି ସେ ମହାନୁଭବ ।।
•
• ଶବଦ କୁସୁମେ ଗୁନ୍ଥିଦିଏ କବି ସୁରମ୍ୟ ଗଜରା ହାର
• ଅଦ୍ଵୀତିୟ ଶିଳ୍ପୀ କୁଶଳୀ ବିନ୍ଧାଣି ଦିଏ ଭବ୍ୟ ଉପହାର ।।
•
• ରାଗ,ରାଗେଣୀ ର ଗଳ୍ପ କାହାଣୀ ର ଶବଦ ସଜାଏ କବି
• ତାର ସ୍ଵର ତୋଳେ ଲଳିତେ ମଧୂରେ ସ୍ଵେତବୀଣା ବାକ୍ୟଦେବୀ ।।
•
• ନିର୍ଜୀବ ରେ ଜୀବଦାନ ଦିଏ,କରେ ମରୁଭୂମି ଉର୍ବରିତ
• କବି ତା ଲେଖନୀ ମୁନରେ ରଚଇ ଜାତୀୟ ଭାଷା ସାହିତ୍ୟ ।।
•
• ପବିତ୍ର ବିଶ୍ଵ କବିତା ଦିବସେ ପ୍ରଫୁଲ୍ଲ ଫୁଲର ମାଳା
• ସମର୍ପିତ କଲି ଘେନ ଗୋ ଜନନୀ ଭାରତୀ ବିରଞ୍ଚି ବାଳା ।।
