STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

2  

ନାୟକ ଅକ୍ଷୟ ରାଜହସ୍ତୀ

Abstract

ବିଶ୍ଵ ଦେଖ ଭାବମୟ

ବିଶ୍ଵ ଦେଖ ଭାବମୟ

1 min
219

ଶବ୍ଦ ଗୁନ୍ଥା କବି ଲେଖକ ନ ହୋଇ

ଭାବ ଗୁନ୍ଥା ଟିଏ ହୁଅ

ନିଜ ଭାବ ସାଥେ ପାଠକ ହଜିଲେ

ଓହ୍ଲାଇବେ ଭାବ ଦିଅଁ

ବିଶ୍ଵ ଦେଖ ଭାବମୟ ରେ ଜୀବନ

ବିଶ୍ଵ ଦେଖ ଭାବମୟ

କଳ୍ପନା ରାଇଜ ଠେଲିଦେଇ ଦୂରେ

ମାଟି କଥା ଗାଥା ଗାଅ

ମାଟି ସ୍ଥିତି ଭିତ୍ତି ସେ ଭାଷା ଭାରତୀ

ମାଟି ଧୂଳି ବୋଳି ହୁଅ

ମାଟିର ସନ୍ତାନ ହୁଅ

ବିଶ୍ଵ ଦେଖ ଭାବମୟ ରେ ଜୀବନ

ବିଶ୍ଵ ଦେଖ ଭାବମୟ

ପାଶ୍ଚାତ୍ୟ ଫସଲ ଚଷିବା ଆଗରୁ

ଗାଆଁ କୁ ଫେରାଅ ମୁହଁ

ଗାଉଁଲିଆ ଚାରା ଭାବ ରେ ରୁଇଲେ

ବାସୁ ଥିବ ମହ ମହ

ସାହିତ୍ୟ୍ ଶିଖରୀ ଛୁଅଁ

ବିଶ୍ଵ ଦେଖ ଭାବମୟ ରେ ଜୀବନ

ବିଶ୍ଵ ଦେଖ ମଧୁମୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract