STORYMIRROR

Pranati Panda

Inspirational Others

4  

Pranati Panda

Inspirational Others

ବିଶ୍ଵ ବ୍ରହ୍ମାଣ୍ଡ ଠାକୁର

ବିଶ୍ଵ ବ୍ରହ୍ମାଣ୍ଡ ଠାକୁର

1 min
279


ରଥ ହୋଇଅଛି ସଜ ତବ ଘୋଷଯାତ୍ରା ଆଜ

    ଦେଖିବ ବିଶ୍ଵ ତୁମ ସ୍ୱରୂପ,

ରଥାରୁଢ଼ ବିଜେ ଲୀଳା ମାନବୀୟ ତୁମ ଖେଳା

   ଚମତ୍କାର ସେ ଯେ, ଅପରୂପ।


ତୁମ ମହିମା ଅପାର ବର୍ଣ୍ଣିବା ଶକ୍ତି ନାହିଁ ମୋର

    ନାଥ ତୁମେ ବିଶ୍ଵ ବ୍ରହ୍ମାଣ୍ଡର,

ତୁମ ସତ୍ତା ବିଦ୍ୟମାନ ପ୍ରତି କୋଣ ଅନୁକୋଣ 

    ଅନୁଭବେ ଭାବର ଠାକୁର ।


ଆହେ ଶ୍ରେଷ୍ଠ ଶିଳ୍ପୀ ରାଜ ସୁନ୍ଦର ସୃଷ୍ଟିର ସଜ

    କି, ବର୍ଣ୍ଣନା କରିବି ତୁମରି ,

ଭୂମି ଠାରୁ ଭୂମା ଯାଏ ଯେଉଁ ଆଡ଼େ ଆଖି ଯାଏ

   ନିଖୁଣ ସର୍ଜନା କାରିଗରି ।


କୀଟ ଠାରୁ ବ୍ରହ୍ମ ଯାଏ ଶରୀ ଠାରୁ ଆତ୍ମା ଯାଏ

   ସବୁ ତୁମ ସୃଷ୍ଟି ପାଇଁ ଦାନ ,

ପ୍ରକୃତି ପୁରୁଷକୁ ନେଇ ସୁନ୍ଦର ସୃଷ୍ଟି ସଜାଇ

    ଖଞ୍ଜିଅଛ ସକଳ ଜୀବନ।


ପ୍ରତ୍ୟୁଷ ଠାରୁ ପ୍ରଦୋଷ ଚନ୍ଦ୍ରମା , ତାରା ଆକାଶ

      ଅରୁଣଙ୍କ ନବ ପରକାଶ ,

ରଜନୀର ଆଗମନ   ସବୁ ତ,ତୁମ ଭିଆଣ

      ତୁମ ପାଇଁ ଚାଲୁଛି ନିଃଶ୍ୱାସ।


ସୁରଭି ସୌନ୍ଦର୍ଯ୍ୟ ଶୋଭା ପରିପୂର୍ଣ୍ଣ ତୁମ ଆଭା

    ଅନୁଭବେ ଭାବର ଠାକୁର ,

ସବୁଠାରେ ଲୁକ୍କାୟିତ ତୁମେ ପ୍ରଭୁ ଜଗନ୍ନାଥ

    ଅନ୍ତର୍ଯ୍ୟାମୀ ଅନନ୍ତ ଈଶ୍ୱର ।


ସର୍ଜନାର ମୂଳାଧାର   ସମଗ୍ର ସୃଷ୍ଟି ତୁମର

     ତୁମ ପଦେ କୋଟିଏ ଜୁହାର,

ଶରଣେ ପଦେ ହେ! ନାଥ ଆହେ ପ୍ରଭୁ ଜଗନ୍ନାଥ

     ଦୋଷା ଦୋଷ କ୍ଷମିବ ମୋହର।


    


Rate this content
Log in

Similar oriya poem from Inspirational