Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ବିଶ୍ଵ ବନ୍ଧୁତ୍ୱ ଦିବସ ର ଅନୁଚିନ୍ତ

ବିଶ୍ଵ ବନ୍ଧୁତ୍ୱ ଦିବସ ର ଅନୁଚିନ୍ତ

1 min
249



ଉଣେଇଶ ଅଠାବନ ମସିହାରୁ ବିଶ୍ଵ ବନ୍ଧୁତା ଦିବସ

ପାଳନ ହୁଅଇ ସାରା ବିଶ୍ବରେ ବନ୍ଧୁ ଘେନ ଶୁଭାଶିଷ

ଆଜିର ଏ ଶୁଭ ବାସରେ ଜ୍ୟେଷ୍ଠ ମାନଙ୍କୁ ମୋର ପ୍ରଣାମ

କନିଷ୍ଠ ମାନଙ୍କୁ ଆଶିର୍ବାଦ କରି ନିଜକୁ ମଣଇ ଧନ୍ୟ ।


ମଣିଷ ରୂପରେ ଜନମ ଦେଇଛି ବିଧାତା ଏହି ସଂସାରେ

ମଣିଷ ଜାତିର ସେବା ରେ ଜୀବନ କଟୁଥାଉ ନିରନ୍ତରେ

ପିତା,ମାତା,ଗୁରୁ,ଗୁରୁଜନ, ପଦ ପଙ୍କଜେ ଏ ମତ୍ତି ଥାଉ

ବନ୍ଧୁବାନ୍ଧବ ଙ୍କ ମଙ୍ଗଳ କାମନା କରି ୟେ ଜୀବନ ଯାଉ ।


ଦେବତା,ବ୍ରାହ୍ମଣ,ମୁନି,ଋଷି,ଯୋଗୀ,ସାଧୁ,ସନ୍ଥ ସେବା କରି

ଏ ମଣିଷ ଜନ୍ମ ସାର୍ଥକ ହେଉ ହେ ସତ୍ୟକୁ ପାଥେୟ କରି

ବନ୍ଧୁ ବାନ୍ଧବଙ୍କ ଗହଳି ମୋ ପୁରେ ଲାଗିଥାଉ ନିରନ୍ତର

ବୈକୁଣ୍ଠ ଭୁବନ ସମାନ ସୁନ୍ଦର ଦିଶୁଥାଉ ମୋର ଘର ।


ବିଶ୍ଵ ବନ୍ଧୁତ୍ୱ ଦିବସେ କବି ପ୍ରଣମେ ହେ ବିଶ୍ଵ ନାୟକ 

ସବୁ ବନ୍ଧୁଙ୍କୁ ମୋ ସୁଖ ସୌଭାଗ୍ୟେ ପରିପୂର୍ଣ୍ଣ କରି ରଖ ।



Rate this content
Log in

Similar oriya poem from Fantasy