STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ବିଶ୍ଵ ବିନୋଦନ

ବିଶ୍ଵ ବିନୋଦନ

1 min
12.2K

   ଜୟ ଜୟ ଦେବ, ଜୟ‌ କୃଷ୍ଣ ମୁରାରୀ

ତୁମେତ ବିଶ୍ଵ ଜୀବନ, ତୁମେତ ପ୍ରାଣ ପବନ

ଜନ ହିତକାରୀ ହରି ବିଶ୍ବବିହାରୀ ।।


ତୁମେ ଶ୍ରୀବତ୍ସ ଲାଞ୍ଛନ, ଗିରି ଗୋବର୍ଦ୍ଧନ ଧାରଣ

କାଳୀୟ ଦର୍ପ ଗଞ୍ଜନ, ରାଧିକା ହୃଦ ଚନ୍ଦନ

ଗୋପ ଦୁଃଖ ହାରି ହରି ରସିକ କୁଞ୍ଜ ବିହାରୀ

ଜୟ ଜୟ ଦେବ, ଜୟ କୃଷ୍ଣ ମୁରାରୀ ।।


ଦେବକୀ କୋଳେ ଜନମ, ଯଶୋବନ୍ତୀ ଜୀବନ ଧନ

ମୟୂର ପୁଚ୍ଛ ମଣ୍ଡନ, ଦିଶେ କେଡେ ଶୋଭାବନ

ପୀତାମ୍ବର ଧର ହରି ସୁଦର୍ଶନ ଚକ୍ରଧାରୀ

ଜୟ ଜୟ ଦେବ, ଜୟ କୃଷ୍ଣ ମୁରାରୀ ।।


କଂସ,ଚାଣୁର ମର୍ଦ୍ଦନ, ପାର୍ଥର ସାରଥୀ ଆପଣ

କରି ଧର୍ମ ସଂସ୍ଥାପନ, ଦ୍ୱାପର ରେ "ଅବସାନ-

ନେଲ" ଜାରା ଶରେ ହରି ଶେଷ ଦର୍ଶନ ତୁମରି

ଜୟ ଜୟ ଦେବ, ଜୟ କୃଷ୍ଣ ମୁରାରୀ ।।


ଆହେ ବିଶ୍ଵ ବିନୋଦନ, ଦେଖ ବିଶ୍ଵ ଦହ୍ୟମାନ

ନୀଳାଚଳ ରେ ମଉନ, ହୋଇ ତୁମେ ନାରାୟଣ

ବସିଛ କାହିଁକି ହରି ହେଲାଣି ତ ଦୁଃଖ ଭାରୀ

ଜୟ ଜୟ ଦେବ, ଜୟ କୃଷ୍ଣ ମୁରାରୀ ।।


ଦେଉଛି ତୁମକୁ ରାଣ, ଆସ ହେ ପତିତପାବନ

ଅଚିହ୍ନା ରୋଗ ଜୀବନ, ନେଉଅଛି ପଣ ପଣ

ଚକ୍ର ଉହାଡରେ ହରି ରଖ ସୃଷ୍ଟି କୁ ତୁମରି

ଜୟ ଜୟ ଦେବ, ଜୟ କୃଷ୍ଣ ମୁରାରୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract