STORYMIRROR

Maitreyee Kamila

Abstract

3  

Maitreyee Kamila

Abstract

ବିଶ୍ୱ ଭାତୃତ୍ୱ

ବିଶ୍ୱ ଭାତୃତ୍ୱ

1 min
12K

 ଆମ ବଡ଼ ଠାକୁର ଜଗନ୍ନାଥ

ରଥ ଯେବେ ଗଡି ଗଡି ଯାଏ

ସଭିଏ ଟାଣନ୍ତି ରଥ ଦଉଡି

ବଜାଇ ଘଣ୍ଟ ହୁଳହୁଳି

ବିଶ୍ୱ ଭାଇଚାରା ଯାଏ ତ ମିଳି


 ଦୁଇଭାଇ ସାଥେ ଭଉଣୀ କୁ ନେଇ

ଶ୍ରୀମନ୍ଦିରେ ବିଜେ ଜଗତ ସାଇଁ

ବଡ଼ଦାଣ୍ଡେ ଦେଖି ତୁମ ଲୀଳା ଖେଳ

ବିଶ୍ୱ ଦେଖେ ପରା ସେ ରଥ ଯାତରା


 ଖୋଜିବୁଲେ ଶାନ୍ତିର କପୋତ ଏଠି ଭାଇଚାରା

ମିଳେନା ଯଦି ଏଠି ମଣିଷ ପଣିଆ

କହ କେଉଁଠୁ ସାଉଁଟିବି ସେ ବିଶ୍ୱାସ ର ଧାରା

 ମଂଦିର ମସଜିଦ ଗୀର୍ଜା ଯଉଠି ସରେ

ଭାଇଚାରା ପରା ସେଇଠି ମିଳେ

ଜାତି ଅଜାତି କୁ ଯେ ଦେଖେ ନାହିଁ

ସେଇ ଠାରେ ବହେ ପୁଣ୍ୟର ନଈ


ଆଜି ବିଶ୍ୱ ଭାତୃ ଦିବସ ଜାଣ

ମିଳିମିଶି ମେଣ୍ଟ ରଖିବା ଟାଣ

ହାତ ରେ ମିଶାଇ ହାତକୁ

ସାହାଯ୍ୟ କରିବା ଜଗତକୁ


 ଡାକ୍ତର ଆଜି ସାଜି ଦେବଦୂତ

କରୁଛି କେତେ ରୋଗ ଉପଚାର

ବେଳ ଅବେଳ କୁ ନରଖି ଧ୍ୟାନ

ଦୁନିଆ କହୁଛି ସେ ଧନ୍ୟ ଧନ୍ୟ


 ସାଜିଛନ୍ତି କେତେ ପରୋପକାରୀ

ମାଗଣା ଦିଅନ୍ତି ଜିନିଷ ଦରକାରୀ

ଦୁନିଆ ଜାଣୁଛି ସେମାନଙ୍କୁ ଆଜି

ବିପଦ କାଳେ ଅଟନ୍ତି ମହାରଥି

ଭାଇ ପୁଣି ଯେବେ ସାଜେ ଭଗାରୀ

ନ ଦେଖି ପାରେ ସେ ଭାଇର ଶିରି

ପୁରାଣ କାଳରୁ ରହିଛି ଜାଣ

କିବା ଆଉ ଦେବା ଉପଖ୍ୟାନ


 ପଞ୍ଚଶୀଳ ନୀତି ଯେ ଲକ୍ଷ୍ମଣ ରେଖା

ଭାରତ ମାଆର ପଣତ ରେ ଲେଖା

ଆସୁ ପଛେ ମାଡି ଯେତେ ବିପଦ

ଯୁଦ୍ଧ କଥା ସେ କେଭେ ନ ଭାବିବ


 ଭାଇଚାରା ଭାବ ରଖିବା ମନେ

ପରିବାର କିବା ହଉ ସମାଜ

ଆସୁ ପୁଣି ଯେତେ ବାଆ ବତାସ

ପରସ୍ପର ଦୁଃଖ ଆଦରି ନେବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract