STORYMIRROR

Goutam Mohanty

Romance Fantasy Others

3  

Goutam Mohanty

Romance Fantasy Others

ବିଶ୍ୱାସରେ ଦେଲ ଧୋକା

ବିଶ୍ୱାସରେ ଦେଲ ଧୋକା

1 min
260


ବାଆଁର ଚଢେଇ   ବସା ପାଉନାହିଁ

     ସବୁ ଦିଶେ ଅନ୍ଧକାର,

ଭସା ନାବିକ ଟି    କୂଳ ପାଉନାହିଁ

    କେମିତି ହେବ ଉଦ୍ଧାର।।

ଦଦରା ନାବରେ   ପାରି ହେଉଥିଲା

     ବିଶାଳ ସଂସାର ସିନ୍ଧୁ,

ଉଡିଯାଇଥିଲା   ଆକାଶ କୋଳରୁ

     ଧରିବାକୁ ଚାନ୍ଦ ଇନ୍ଦୁ।।

କଚାଡି ପଡ଼ିଲା    ଧରିତ୍ରୀ ଭୂଇଁରେ

    ବିଶ୍ବାସୀ କରିଲା ଛଳ,

ଅତଳ ସାଗରେ    ନାବଟି ବୁଡିଲା

     ନାବରେ ପଶିଲା ଜଳ।।

ଛଟପଟ ଆଜି    ଯନ୍ତ୍ରଣା ପିଡାରେ

     କିଏସେ ନିଜର ଏଠି,

ଆଖିରେ ସପନ   ସଜେଇ ଦେଇକି

    ଚାଲିଯିବେ ତଣ୍ଟି କାଣ୍ଟି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance