ବିଶ୍ୱାସରେ ବିଷ
ବିଶ୍ୱାସରେ ବିଷ
1 min
217
କରିଥିଲି ଆଶା
ବାନ୍ଧିବାକୁ ବସା
ସପନ କାନନରେ,
ସବୁ ସ୍ବପ୍ନ ମୋର
ରହିଗଲା ଅଧା
ପ୍ରିୟା ଚାଲିଗଲା ପରେ ।
ଭାବିଥିଲି ତାକୁ
ସାଇତି ରଖିବି
ଏ ହୃଦୟ ରେ ମୋର,
ବିଶ୍ବାସ ରେ ବିଷ
ଦେଇ ଗଲା ସିଏ
ବେଦରଦି ସ୍ୱାର୍ଥପର ।
ମନ ହୃଦୟ ଅତି
ମନଲୋଭା ଦେହ
ସାରା କଣ୍ଟା ତାର,
ତୁଣ୍ଟା ଗଛ ପରି ଆଜି
ବିରହରେ ଜଳେ
ପ୍ରେମ ମୂଲ୍ୟ ହୀନ ମୋର ।