STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ବିଶ୍ୱାସେ ମିଳଇ ହରି

ବିଶ୍ୱାସେ ମିଳଇ ହରି

1 min
387


ବିଶ୍ଵାସେ ମିଳଇ ହରି ତର୍କେ ବହୁଦୂର

ଦର୍ଶନ ମିଳେନି ଯେବେ ନଲାଗିଛି ଡୋର

ଏମିତିକା ଦିବ୍ୟ ଶକ୍ତି ସେହି କଳାକାର

ବିଶ୍ଵାସେ ମିଳଇ ହରି ତର୍କେ ବହୁଦୂର ।।


ସେହି ବିଶ୍ଵାସରେ ପରା ଧ୍ରୁବ, ପ୍ରହଲ୍ଲାଦ

ଦର୍ଶନ କରିଲେ ହେଳେ ବିଭୁ ପଦ୍ମପାଦ

ଅନନ୍ତ ବ୍ରହ୍ମାଣ୍ଡ ନାଥ,,ସେ , ପରମ ଈଶ୍ଵର

ବିଶ୍ଵାସେ ମିଳଇ ହରି ତର୍କେ ବହୁଦୂର ।।


ବିଶ୍ଵାସ ରେ ପଶୁ,ପକ୍ଷୀ ପାଇଲେ ପରଶ

କରୀ, ହରିଣୀ,ଲଭିଲେ ତାଙ୍କରି ଆଶିଷ

ଭରତିଆ ଶାବକ କୁ କରିଲେ ଉଦ୍ଧାର

ବିଶ୍ଵାସେ ମିଳଇ ହରି ତର୍କେ ବହୁଦୂର ।।


ହନୁମନ୍ତ ଲଂଘିଗଲେ ସପତ ସାଗର

ବିଶ୍ଵାସେ ପାଞ୍ଚାଳୀ,ମୀରା, ଦେବକୀ ଆବର

ବିଶ୍ଵାସରେ ତରିଗଲେ ସୁଦାମା,ବିଦୁର

ବିଶ୍ଵାସେ ମିଳଇ ହରି ତର୍କେ ବହୁଦୂର ।।


ସେହି ବିଶ୍ଵାସରେ ଉଦେ ସୂର୍ଯ୍ୟ,ତାରା,ଜହ୍ନ

ଝରଇ ବରଷା ବହେ ମଳୟ ପବନ

ତା ବିନା ନହେଲେ ପତ୍ର ସେତ ପରାତ୍ପର

ବିଶ୍ଵାସେ ମିଳଇ ହରି ତର୍କେ ବହୁଦୂର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract