ବିଶ୍ୱାସ
ବିଶ୍ୱାସ
ତୁମେ କେଉଁ ଆଡେ ଚାଲିଗଲ କୁହ?
ଖୋଜୁଛି ମୁଁ ହୋଇ ନିରୁପାୟ
ମନେ ଅଛି ପଢ଼ି ଥିଲି ରାମାୟଣ ,
ତୁମେ ଥିଲ ରାମଙ୍କ ହୃଦୟେ
ତୁମେ ଥିଲ ମହାଭାରତରେ
ଦ୍ରୁପଦଙ୍କ କନ୍ୟା ଦ୍ରୌପଦୀଙ୍କ ପାଖେ,
ଯେତେବେଳେ ବସ୍ତ୍ର ହରଣ କରିଥିଲା
ଦୁଷ୍ଟ ଦୁଃଶାସନ ସଭାର ସମ୍ମୁଖେ l
ତୁମେ ଜାଗି ଉଠିଥିଲ ରାଜା ରାଜୁଡା ଶାସନେ,
ଦୂର୍ଗାବତୀ, ଲଷ୍ମୀବାଇଙ୍କ ପାଖରେ,
ମାତା ହୋଇ ଥିଲା ବିପନ୍ନ ଇଂରେଜ ଶାସନେ l
ସଜାଗ ପ୍ରହରୀ ଥିଲ ବୁଦ୍ଧ, ଯୀଶୁ, ଗାନ୍ଧୀ, ଗୋପବନ୍ଧୁଙ୍କ ପାଖରେ,
ତୁମ ଯୋଗୁ ପ୍ରଚାରିତ ହେଲା
ଶାନ୍ତି ଅହିଂସାର ବାଣୀ ଦେଶ ପାଇଲା ସ୍ୱାଧୀନ l
ମୋତେ ଲାଗେ ତୁମେ ରହି ଗଲକି ପୁସ୍ତକ ମଧ୍ୟରେ,
ଆସିଯାଅ ମୋର ଅନୁରୋଧ,
ବଜାଅ ଶାନ୍ତିର ମଧୁର ସଂଗୀତ l
ଧ୍ଵଂସ ହେଇ ଯାଉ ମାନବର ହିଂସା କ୍ରୋଧ
ଲାଗିବନି ଗୁଳି ଗୁଳା ବାରୁଦର ଯୁଦ୍ଧ,
ପ୍ରତିଷ୍ଠିତ ହେବ ରାମ ରାଜ୍ୟ l
ଉଡିବ ଶାନ୍ତିର କୋପତ ମନ ଆନନ୍ଦରେ ନ କରି ରୋଦନ,
ଫେରିବ ଶାନ୍ତି ମୈତ୍ରୀ ପ୍ରୀତିର ଅମୃତ ମୂର୍ଚ୍ଛନା ।
ସୁକାନ୍ତି ହୋତା
ତାଳଚେର